ଟିମ୍ ଇଣ୍ତିଆର ପ୍ରାକ୍ଟିସ୍ ଜର୍ସିକୁ ନେଇ ଉଠିଲା ବିବାଦ, ମମତା କହିଲେ ଗେରୁଆ ରଙ୍ଗ କାହିଁକି...
World Cup 2023: ଟିମ୍ ଇଣ୍ଡିଆ ଜର୍ସିକୁ ନେଇ ବିବାଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟ୍ ଦଳର ପ୍ରାକ୍ଟିସ୍ ଜର୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଦିଦି ଟିମ୍ ଇଣ୍ଡିଆର 'ଗେରୁଆ'ପ୍ରାକ୍ଚିସ୍ ଜର୍ସିକୁ ପସନ୍ଦ କରନ୍ତି ନାହିଁ । ଯେଇଁଥି ପାଇଁ ସେ ଭାରତୀୟ ଜନତା ପାର୍ଟି କୁ ଟାର୍ଗେଟ କରିଛନ୍ତି ।
ଭାରତୀୟ କ୍ରିକେଟ୍ ଦଳର ଅଭ୍ୟାସ ଜର୍ସିକୁ ସମାଲୋଚନା କରି ସେ କହିଛନ୍ତି, ସେମାନେ ଅର୍ଥାତ୍ ବିଜେପି ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରିବା ପାଇଅଁ ଚେଷ୍ଟା କରାଯାଉଛି । ଟିମ୍ ଇଣ୍ତିଆ ପାଇଁ ମୁଁ ଗର୍ବିତ ଏବଂ ନିଶ୍ଚିତ ସେମାନେ ବିଶ୍ୱକପରେ ବିଜୟୀ ହେବେ । କିନ୍ତୁ ଯେତେବେଳେ ସେମାନେ ଅଭ୍ୟାସ କରନ୍ତି, ସେତେବେଳେ ସେମାନଙ୍କର ୟୁନିଫର୍ମ ମଧ୍ୟ ସାଫ୍ରନ୍ ହୋଇଯାଏ।" ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ସିଏମ୍ ମମତା ବାନାର୍ଜୀ କହିଛନ୍ତି, ଖେଳାଳୀମାନେ ପୂର୍ବରୁ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ । ହେଲେ ବର୍ତ୍ତମାନ ଏହା ପରିବର୍ତ୍ତନ ହୋଇଯାଇଛି । କେବଳ ସେତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁା ରଙ୍ଗରେ ରଙ୍ଗୀନ୍ କରାଯାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ ।

କୋଲକାତାର ପୋସ୍ତା ବଜାରରେ ଜଗଧାତ୍ରୀ ପୂଜାର ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଯୋଗ ଦେଇ କହିଛନ୍ତି, ବର୍ତ୍ତମାନ ସବୁ ଜିନିଷର ନାମ ବଦଳାଇବା ... ସବୁକିଛିରେ ଗେରୁଆ ରଙ୍ଗ ଦେବା" ଏକ ସାଧାଣ ଅଭ୍ୟାସରେ ପରିଣତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ସମ୍ବାଦପତ୍ରର ପ୍ରଥନ ପୃଷ୍ଠାରେ ବିଜ୍ଞାପୱ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ରାଜ୍ୟରେ ବାକି ପଡିଥିବା ପ୍ରାପ୍ୟ ଦେଉ ନାହାଁନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଥି ବିଜେପି । ବିଜେପି ନେତା ଦୀଲିପ ଘୋଷ କହିଛନ୍ତି, ନେଦରଲ୍ୟାଣ୍ତ କ୍ରିକେଟର ମାନେ ମଧ୍ୟ ଗେରୁଆ ରଙ୍ଗର ଜର୍ସି ପିନ୍ଧନ୍ତି। ତାହା ହେଲେ କ'ଣ ଏହା ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ କି ।












Click it and Unblock the Notifications