ଏହି କାରଣରୁ ଗଣମାଧ୍ୟମ ସାମ୍ନାରେ ଭୁଲ୍ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

Nitish Kumar Apologises: ବିହାର ବିଧାନସଭାରେ ମହିଳାଙ୍କ ଏଜୁକେସନ୍ ଶିକ୍ଷାକୁ ନେଇ ବିବାଦୀୟ ବିବୃତ୍ତି ନେଇ ରାଜନୈତିକ ଉତ୍ତେଜନା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗିଛନ୍ତି। ନୀତୀଶ କୁମାର କହିଛନ୍ତି ଯେ ସେ ତାଙ୍କ କଥାକୁ ଫେରାଇ ନିଅନ୍ତି।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନୀତୀଶ କୁମାର ମଙ୍ଗଳବାର ଦିନ ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସେକ୍ସ ଶିକ୍ଷା ପ୍ରସଙ୍ଗ ଉଠାଇଥିଲେ ଏବଂ ଏପରି କିଛି ଶବ୍ଦ ବ୍ୟବହାର କରିଥିଲେ ଯେଉଁଥିପାଇଁ ବିରୋଧୀ ତାଙ୍କୁ ଘେରିବା ସହ ସମାଲୋଚନା କରିଥିଲେ । ବିରୋଧ ପରେ ନୀତୀଶ କୁମାର ବୁଧବାର ତାଙ୍କ କଥା ପ୍ରତ୍ୟାହାର କରିଛନ୍ତି।

Nitish Kumar Apologises

ପ୍ରଥମେ ଗଣମାଧ୍ୟମ ସମ୍ମୁଖରେ ଏବଂ ପରେ ବିଧାନସଭା ଭିତରେ ନୀତୀଶ କୁମାର କ୍ଷମା ମାଗିଛନ୍ତି। ନୀତୀଶ କୁମାର କହିଛନ୍ତି, 'ମୁଁ ମହିଳାଙ୍କ ଶିକ୍ଷା ବିଷୟରେ ଆଲୋଚନା କରିଥିଲି । ଏପିର କହୁ କହୁ ସେକ୍ସ ଏଜୁକେସନକୁ ନେଇ ଏପରି କହି ଦେଇଥିଲି । ମୋର ବୟାସ ଯଦି କାହାକୁ ଆଘାଚ ପହଁଚାଇଛି ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି' ।

ଏହା ପରେ ନୀତୀଶ କୁମାର ବିହାର ବିଧାନସଭା ଭିତରେ ମଧ୍ୟ ନିଜର ବିବୃତ୍ତି ପ୍ରତ୍ୟାହାର କରିନେଲେ। ବିଧାନସଭାରେ ବିରୋଧୀଙ୍କ ଉତ୍ତେଜନା ମଧ୍ୟରେ ନୀତୀଶ କୁମାର କହିଛନ୍ତି, 'ମୁଁ ଗଣମାଧ୍ୟମ ସାମ୍ନାରେ ମୋର ବିବୃତ୍ତି ସ୍ପଷ୍ଟ କରିଛି। ଗତକାଲି ମୁଁ ସମସ୍ତଙ୍କ ଉପସ୍ଥିତିରେ ଏହି ବିବୃତ୍ତି ଦେଇଥିଲି , ଆପଣ ମାନେ ମଧ୍ୟ କାଲି ମୋ କଥାରେ ସହମତ ଥିଲ, ହେଲେ ଆପଣଙ୍କୁ ଉପରୁ ଆଦେଶ ଆସିଛି ଯେ ସମସ୍ତ ମୋତେ ସମାଲୋଚନା କର, ନିନ୍ଦା କର ତେଣୁ ଆଜି ମୁଁ ମୋ କଥା ଫେରାଇ ନେଉଛି ଏବଂ କ୍ଷମା ମାଗୁଛି ।

ବିରୋଧୀ ଦଳ ବ୍ୟତୀତ ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ମଧ୍ୟ ସିଏମ ନୀତୀଶ କୁମାରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ଏପରି ଶବ୍ଦ ବ୍ୟବହାର କରିଥିବାରୁ କ୍ଷମା ମାଗିବା ଉଚିତ୍ । ଏଥି ସହ କେନ୍ଦ୍ର ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ, ଏପରି କଥା କହୁଥିବା ବ୍ୟକ୍ତି ତାଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ବୋଲି ସେ ଲଜ୍ଜିତ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ବିବୃତ୍ତିରେ ବିହାରର ଲୋକମାନେ ଲଜ୍ଜିତ ଅଛନ୍ତି।


ସୂଚନାଥାଉ ଯେ, ମହିଳାଙ୍କ ସେକ୍ସ ଏଜୁକେସନକୁ ନେଇ ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ, ସେକ୍ସ ଏଜୁକେସନରେ ଆମ ରାଜ୍ୟର ମହିଳାମାନେ ଆଗରେ ରହିଛନ୍ତି । ଆମ ସରକାର ଏହି ଶିକ୍ଷା ଯୋଗାଇ ଦେବାକୁ ସଫଳ ହୋଇଛି, ସେଥିପାଇଁ ରାଜ୍ୟର ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+