ନୀତୀଶଙ୍କ ଗାଡ଼ିର କଟିଲା ଚାଲାଣ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ଗାଡ଼ି (BR01CL) ଉପରେ ଜରିମାନା ଲାଗୁ ହୋଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଚାଲାଣ କଟିଛି । ନୀତୀଶ କୁମାରଙ୍କ କାରର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ୩ ଅଗଷ୍ଟ ୨୦୨୪ରେ ଶେଷ ହୋଇଯାଇଛି । ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ କାର ରାସ୍ତାରେ ଗଡ଼ୁଥିଲା ।

ଏହା ପୂର୍ବରୁ ୨୩ ଫେବୃଆରୀ ୨୦୨୪ରେ ସିଟ୍ ବେଲ୍ଟ ଲଗାଇ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର ଉପରେ ୧୦୦୦ ଟଙ୍କା ଜରିମାନା ଲାଗିଥିଲା । କିନ୍ତୁ ଏହି ଜରିମାନା ରାଶି ଏଯାବତ୍ ପୈଠ କରାଯାଇ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ଜରିମାନା ଭରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାରରେ ପିୟୁସି ପ୍ରମାଣପତ୍ର ନଥିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।












Click it and Unblock the Notifications