ରାଜ ଭବନରେ ପହଁଚିଲେ ନୀତୀଶ, ପହଁଚିଲେନି ତେଜସ୍ୱୀ
Bihar Politics:ବିହାରରେ ବଦଳୁଛି ରାଜନୈତିକ ପାଣିପାଗ, ଏଭଳି ରାଜନୈତିକ ମାହୋଲରେ ମଧ୍ୟରେ ସିଏମ ନୀତୀଶ କୁମାର ଗଣତନ୍ତ୍ର ଦିବସ ଅବସରରେ ରାଜ ଭବନରେ ପହଞ୍ଚିଥିଲେ । ରାଜ ଭବନରେ ହାଇ ଟିର ଆୟୋଜନ କରାଯାଇଥିଲା । କିନ୍ତୁ ଏହି ଆୟୋଜନରେ ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ଏଠାରେ ଦେଖିବାକୁ ମିଳି ନଥିଲା ।
କେବଳ ଏତିକି ନୁହେଁ ତାଙ୍କ ନାମରେ ଥିବା ଚୌକିରେ ତାଙ୍କ ନାମକୁ ମଧ୍ୟ ହଟାଇ ଦିଆଯାଇଥିଲା । ତେଜସ୍ୱୀ ଯାଦବଙ୍କ ନାମରେ ଥିବା ସିଟ୍ରେ ଅଶୋକ ଚୌଧୁରୀ ବସିଛନ୍ତି । ଏଥି ସହିତ କଂଗ୍ରେସ ନେତାମାନେ ମଧ୍ୟ ଏହି ବୈଠକରେ ଭାଗ ନେଇ ନାହାଁନ୍ତି । ଗଣତନ୍ତ୍ର ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ସହଯୋଗୀମାନେ ପ୍ରଥମ ଥର ସାମିଲ ହୋଇନୁହଁନ୍ତି ।

ଗଣତନ୍ତ୍ର ଦିବସ ଅବସରରେ ବିହାର ସିଏମ ନୀତୀଶ କୁମାର ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ବ୍ୟତୀତ ଡେପୁଟି ସିଏମ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଯେତେବେଳେ ରାଜ ଭବନରେ ହାଇ ଟି ର ଆୟୋଜନ କରାଯାଇଥିଲା, ସେତେବେଳେ ଜେଡିୟୁ ନେତାମାନେ ଉପସ୍ଥିତ ଥିଲେ । ଆରଜେଡି ପକ୍ଷରୁ କେବଳ ନୂଆ ଶିକ୍ଷା ମନ୍ତ୍ରୀ ଆଲୋକ ମେହେଟ୍ଟା ଉପସ୍ଥିତ ଥିଲେ ମଧ୍ୟ ସେ କୌଣସି ବିବୃତ୍ତି ଦେଇନାହାଁନ୍ତି ।












Click it and Unblock the Notifications