ପ୍ରଧାନମନ୍ତ୍ରୀଙ୍କ ମା'ଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ମା'ଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ପରରୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାରକୁ ଜଣାଇଛନ୍ତି ସମବେଦନା ।

ସୂଚନା ଯୋଗ୍ୟ ଯେ, ଆଜି ଭୋର୍ ସାଢେ ୩ଟା ସମୟରେ ହୀରାବେନଙ୍କ ଦେହାନ୍ତ ହୋଇଛି । ଏ ନେଇ ୟୁଏନ ମେହେଟ୍ଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ତ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସ୍ପଷ୍ଟ କରାଯାଇଛି । ମା'ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ କହିଛନ୍ତି' ସେ ଥିଲେ ଜଣେ ନିସ୍ୱାର୍ଥପର କର୍ମଯୋଗୀ ।
Deeply saddened to hear about the demise of #HeerabenModi, mother of Prime Minister Shri @narendramodi ji. My thoughts and prayers are with the bereaved family members and friends during this hour of grief. #OmShanti.
— Naveen Patnaik (@Naveen_Odisha) December 30, 2022
ବୁଧବାର ଦିନ ଅସୁସ୍ଥ ହୋଇପଡିବାରୁ ହୀରାବେନଙ୍କୁ ଗୁଜରାଟର ଅହମଦାବାଦ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ଚିକିତ୍ସା ପରେ ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି । ହୀରାବେନଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଗୁଜରାଟ, ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଶୋକ ପ୍ରକାଶ କରିଛନ୍ତି ।












Click it and Unblock the Notifications