ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ପିଲାଙ୍କ ଡାକ୍ତର-ଇଞ୍ଜିନିୟର ପଢ଼ା ଖର୍ଚ୍ଚ ବହନ କରିବେ ସରକାର
ଭୋପାଳ: ମଧ୍ୟପ୍ରଦେଶ ସରକାର କଲେ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଖଣ୍ଡୱା ଆଦିବାସୀ ଛାତ୍ର ପ୍ରୋତ୍ସାହନ ଏବଂ ସମ୍ମାନ କାର୍ଯ୍ୟକ୍ରମରେ ଗରିବ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଗରିବ ପିଲାଙ୍କ ଡାକ୍ତର-ଇଞ୍ଜିନିୟର ପଢ଼ା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।
ସିଏମ ମୋହନ ଯାଦବ ଘୋଷଣା କରିଛନ୍ତି ଯେ ମଧ୍ୟପ୍ରଦେଶ ସରକାର ରାଜ୍ୟର ଗରିବ ଆଦିବାସୀ ପିଲାମାନଙ୍କର ଡାକ୍ତର ଏବଂ ଇଞ୍ଜିନିୟର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହା ସହିତ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ସରକାର ଯାହା କହିଥାନ୍ତି ତାହା କରନ୍ତି, କଂଗ୍ରେସ ଭଳି ପ୍ରତିଶ୍ରୁତି ଭୁଲନ୍ତି ନାହିଁ।

ଏହା ସହିତ ସିଏମ ମୋହନ ଯାଦବ ମଧ୍ୟ ଲଣ୍ଡନର ଲାନ୍ସଷ୍ଟର ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଖଣ୍ଡୱାର ଗାରବେଡି ଗାଁର ଜଣେ ଆଦିବାସୀ ଯୁବକ ଆଶାରାମ ପାଲଭିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସିଏମ ମୋହନ ଯାଦବ କହିଛନ୍ତି ଯେ ରାଜ୍ୟର ଜଣେ ଆଦିବାସୀ ପୁଅ ତାଙ୍କ ଅଧ୍ୟୟନ ପାଇଁ ବିଦେଶ ଯାଉଛନ୍ତି ଏହା ଅତ୍ୟନ୍ତ ଗର୍ବର ବିଷୟ। ମଧ୍ୟପ୍ରଦେଶ ସରକାର ତାଙ୍କର ଅଧ୍ୟୟନର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ବୋଲି କହିଛିନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।












Click it and Unblock the Notifications