ଫେବୃୟାରୀ ୩ ତାରିଖରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
Mohan Charan Majhi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଫେବ୍ରୁଆରୀ ୩ ତାରିଖ ସୋମବାର ଦିନ ୟୁନିଟ୍-୫ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ଅନଲାଇନ୍ ହୋଇପାରିବ । ଜାନୁଆରୀ ୩୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ବୁକିଂ ଆରମ୍ଭ ହେବ ।

ଆଗ୍ରହୀ ଲୋକ ମାନେ ଜନଶୁଣାଣି ପୋର୍ଟାଲ https://janasunani.odisha.gov.in/ରେ ଲଗ୍ ଇନ୍ କରି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରି ପାରିବେ । ନଚେତ୍ ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିର ସୁବିଧା ମଧ୍ୟ ରହିଛି । ତେବେ ସର୍ବାଧିକ ୧ ହଜାର ଲୋକ ପଞ୍ଜୀକରଣ କରିପାରିବେ ।












Click it and Unblock the Notifications