ପ୍ରଧାନମନ୍ତ୍ରୀଙ୍କୁ ଭେଟି ୨ହଜାର କୋଟି ଟଙ୍କାର ସହାୟତା ମାଗିଲେ ସିଏମ୍ ଷ୍ଟାଲିନ୍‌

ଦିଲ୍ଲୀ:ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଦକ୍ଷିଣ ଜିଲ୍ଲାରେ ହୋଇଥିବା ବର୍ଷା ବିତ୍ପାତର ଭୟଙ୍କର ପ୍ରଭାବ ବିଷୟରେ ଆଲୋଚନା କରିବା ସହ ଚେନ୍ନାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁନରୁଦ୍ଧାର ପାଇଁ ପାଣ୍ଠି ଯୋଗାଇବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

M k stalin

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ୧୦ ମିନିଟର ବୈଠକରେ ଷ୍ଟାଲିନ୍ ଏକ ସ୍ମାରକପତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀଙ୍କୁ । ଚାରି ଜିଲ୍ଲାରେ ଜୀବିକା ନିର୍ବାହ ତଥା ତୁରନ୍ତ ମରାମତି କାର୍ଯ୍ୟ ପାଇଁ ୨,୦୦୦ କୋଟି ଟଙ୍କା ଜରୁରୀକାଳୀନ ସହାୟତା ଅନୁଦାନ ଦାବି କରିଛନ୍ତି ଷ୍ଟାଲିନ୍ । ଏହା ସହ ଘୂର୍ଣ୍ଣିବଳୟ ମିଚୋଙ୍ଗ ଏବଂ ଦକ୍ଷିଣ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ପ୍ରଧାନମନ୍ତ୍ରଙ୍କୁ ଅନୁରୋଧ କରିଛନ୍ତି ।

ଏକ ପ୍ରେସ ବିବୃତ୍ତି ଅନୁଯାୟୀ ଷ୍ଟାଲିନ ଗୁରୁବାର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଯାଞ୍ଚ କରିବେ । ଷ୍ଟାଲିନ କହିଛନ୍ତି ଯେ ତାମିଲନାଡୁର ଦକ୍ଷିଣ ଜିଲ୍ଲାର ସମୁଦାୟ ୧୨,୬୫୩ ଲୋକଙ୍କୁ ଉଦ୍ଧାର କରାଯାଇ ୧୪୧ ରିଲିଫ ଆଶ୍ରୟସ୍ଥଳୀରେ ରଖାଯାଇଛି । ସାଇକ୍ଲୋନ୍ ମିଚୋଙ୍ଗ ପରେ ଚେନ୍ନାଇର ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି ଯେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରିବାକୁ ମୋଟ ୨୦ ମନ୍ତ୍ରୀ, ୫୦ ଆଇଏଏସ୍‌-ଆଇପିଏସ୍ ଅଧିକାରୀ ଏବଂ ୨୦,୦୦୦ ରୁ ଅଧିକ କର୍ମଚାରୀ ଏଥିରେ ନିଯୁକ୍ତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+