ମୁଖ୍ୟମନ୍ତ୍ରୀ ଦାନ କଲେ ନିଜର ପୈତୃକ ଘର
ରୋହତକ: ମୁଖ୍ୟମନ୍ତ୍ରୀ ହେବ ତ ଏମିତି , ଗ୍ରାମର ପିଲାମାନଙ୍କ ପାଇଁ ନିଜର ପୈତୃକ ଘର ଦନ କରିଦେଇଛନ୍ତି । ସୋମବାର ଜାନୁଆରୀ ୨୯ରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କର ଜନ୍ମସ୍ଥାନ ରୋହତକ ଜିଲ୍ଲାର ବାନିୟାନୀରେ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କର ପୈତୃକ ଘରକୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସ୍ତାନାନ୍ତର କରିଛନ୍ତି । ବର୍ତ୍ତମାନ ଏହି ଘରେ ପିଲାମାନଙ୍କ ପାଇଁ ଏକ ଇ-ଲାଇବ୍ରେରୀ ସ୍ଥାପନ ପାଇଁ ଏହି ଘର ଦିଆଯାଇଛି ।
ଏହି ଅବସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସିଏମ୍ ଖଟ୍ଟର କହିଛନ୍ତି ଯେ ମୋର ସୌଭାଗ୍ୟ ଯେ ଆଜି ମୁଁ ମୋ ଗାଁକୁ ଆସିଛି ଏବଂ ମୁଁ ମୋର ପିଲାଦିନକୁ ଏହି ଗାଁରେ ଅତିବାହିତ କରିଛି ଏବଂ ଏଠାରେ ମୁଁ ମଧ୍ୟ ଅଧ୍ୟୟନ କରିଛି । ଏହି ଘର ମୋର ମାତାପିତାଙ୍କ ପ୍ରତୀକ, ଯାହା ସେମାନେ ମୋ ନାମରେ କରିଥିଲେ । ଏହି ଘର ଗାଁ ପାଇଁ ଉପଯୋଗୀ ହେବା ଉଚିତ୍ । ଏହି ସ୍ଥାନରେ ଏକ ଇ-ଲାଇବ୍ରେରୀ ହୋଇପାରିବ ।

ମୁଁ ଘୋଷଣା କରିଛି ଯେ ମୁଁ ମୋ ଘର ଏବଂ ମୋର ମାୁମୁଁଙ୍କ ପୁଅଙ୍କ ଘର ମିଶି ପ୍ରାୟ ୨୦୦ ଗଜର ଘର ଗାର ଗାଁର ଲୋକଙ୍କ ହିତ ପାଇଁ ଏବଂ ଆଗାମୀ ପିଢ଼ି଼ି ପାଇଁ ଯୁବକମାନଙ୍କ ଶିକ୍ଷା ପାଇଁ ଦେଇଛି । ଆଉ ଏଠାରେ ଇ-ଲାଇବ୍ରେରୀ ପାଇଁ ବ୍ୟବସ୍ଥା କରାଯିବ ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ, ଏହି ଗୃହରେ ଅନ୍ୟ କୌଣସି ବି ବ୍ୟବହାର କରାଯାଇପାରିବ, ସେମାନେ ଏକ କମିଟି ଗଠନ କରି ତାହା କରିପାରିବେ । ତେଣୁ ମୁଁ ଆଜି ଏହି ଘୋଷଣା କରି ବହୁତ ଖୁସି ବୋଲି ସେ କହିଛନ୍ତି ।












Click it and Unblock the Notifications