କରମଣ୍ତଳ ଟ୍ରାଜେଡି:ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ଦିଆଯିବ ଚାକିରି

Odisha Train Accident: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କରମଣ୍ତଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି । ଏହା ସହ ମୃତାହତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାର ନିଷ୍ପତ୍ତି ନେଇଛନ୍ତି ମାମତା ।

ସେ କହିଛନ୍ତି, 'ଦୁର୍ଘଟଣାରେ କିଛି ଲୋକ ହାତ, ଗୋଡ ହରାଇଛନ୍ତି, ଏହିପରି ଲୋକଙ୍କ ପାଇଁ ଆମ ସରକାର ନିଷ୍ପତ୍ତି ଯେ, ଆମେ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏକ ସ୍ୱତନ୍ତ୍ର ହୋମ ଗାର୍ଡର ଚାକିରି ଦେବୁ'।

mamata banarjee

ସୂଚନାଥାଉ ଯେ, ଆସନ୍ତାକାଲି କଟକ ଏବଂ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ଆହକଙ୍କୁ ଭେଟିବା ସହ ସେମାନଙ୍କ ପରିବାରକୁ ଏକ୍ସ-ଗ୍ରେଟିଆ ଚେକ୍ ଏବଂ ଚାକିରି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ରେଳବାଇ ବୋର୍ଡ ଦ୍ୱାରା କରମଣ୍ତଳ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଆମେ ଚାହୁଁ ଯେ ଲୋକମାନେ ସତ ଜାଣନ୍ତୁ । ସତକୁ ଲୁଚାଇବାର ସମୟ ଏହା ନୁହେଁ ।

ସୂଚନାଥାଉ ଯେ,ଗତ ଶୁକ୍ରବାର ସନ୍ଧ୍ୟା 7 ଟାରେ ଓଡ଼ିଶାର ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ 275 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଆହତଙ୍କୁ ୨ ଲକ୍ଷ ଏବଂ ସେମାନ୍ୟ ଆହତଙ୍କୁ ୫୦ ରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+