ମମତାଙ୍କ ଭବିଷ୍ୟବାଣୀ, କହିଲେ ଭାଙ୍ଗିଯିବ ଏନଡିଏ ସରକାର

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୨୦୨୪ ଲୋକସଭା ନିର୍ବାଚନରେ ଦେଶରେ ଏନଡ଼ିଏ କୁ ବହୁମତ ମିଳିଛି । ଆଉ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ରବିବାର ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋଦୀଙ୍କ ୩.୦ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମସି ମୁଖ୍ୟ ତଥା ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି ।

ସେ କହିଛନ୍ତି ଯେ, କିଛି ଭାଜପା ନେତା କିଛି ଦିନ ମଧ୍ୟରେ ଦଳ ଛାଡ଼ିପାରନ୍ତି । ଅନେକ ଭାଜପା ନେତା ଅତ୍ୟନ୍ତ ଅସନ୍ତୋଷ ଓ ଅସନ୍ତୁଷ୍ଟ । ଏହି ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ ଯୋଗଦେବେ କି ନାହିଁ ଏହାର ଜବାବରେ ମମତା କହିଛନ୍ତି, ତାଙ୍କୁ ନିମନ୍ତ୍ରଣ ମିଳିନାହିଁ କିମ୍ବା ସେ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ ।

Mamata Banerjee

ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ପରିବର୍ତ୍ତନ ଆବଶ୍ୟକ, ଆମେ ରାଜନୈତିକ ପରିସ୍ଥିତି ଉପରେ ନଜର ରଖିଛୁ । ଆସିଥିବା ଆଦେଶ ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ । ଆଜି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଦାବି କରି ନାହିଁ, ଏହାର ଅର୍ଥ ନୁହେଁ ଯେ, ଭବିଷ୍ୟତରେ ଆମେ ତାହା କରିବୁ ନାହିଁ ବୋଲି ସେ କହିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+