RG Kar Case: ଦୋଷୀ ସଞ୍ଜୟ ରୟକୁ ଆଜୀବନ ଜେଲ୍, ବର୍ଷିଲେ ଦିଦି କହିଲେ ମୃତ୍ୟୁଦଣ୍ଡ ମିଳିବା ଉଚିତ୍...
RG Kar Case: କୋଲକତା ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦାହର ଅତିରିକ୍ତି ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବିରୋଧ କରିଛନ୍ତି ଏବଂ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି । ସେ କହିଛନ୍ତି,'ଆମେ ସମସ୍ତେ ମୃତ୍ୟୁଦଣ୍ଡ ଦାବି କରିଥିଲୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି । ମୁଁ ସନ୍ତୁଷ୍ଟ ନୁହେଁ... ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, "ଆମେ ଆରମ୍ଭରୁ ମୃତ୍ୟୁଦଣ୍ଡ ଦାବି କରିଆସୁଛୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଯଦି ମାମଲାଟି ସିବିଆଇକୁ ହସ୍ତାନ୍ତର କରାଯାଇ ନଥାନ୍ତା ଏବଂ ଆମ ହାତରେ ଥାଆନ୍ତା, ତେବେ ବହୁତ ପୂର୍ବରୁ ମୃତ୍ୟୁଦଣ୍ଡ ମିଳି ସାରନ୍ତାଣି । ମୁଁ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହେଁ।"

କେବଳ ଏତିକି ନୁହେଁ, ଭାରତୀୟ ଜନତା ପାର୍ଟି ନେତା ଏବଂ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି,'ଆମେ ମୃତ୍ୟୁଦଣ୍ଡ ଚାହୁଁଥିଲୁ। ତାହା ଘଟିଲା ନାହିଁ। ପୀଡିତାଙ୍କ ପରିବାର ଟଙ୍କା ଚାହାଁନ୍ତି ନାହିଁ। ବଙ୍ଗଳାର ଲୋକମାନେ ଭାବୁନାହାଁନ୍ତି ଯେ ଏଥିରେ କେବଳ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିଲେ, ଏହାର ତଦନ୍ତ ହେବା ଉଚିତ। ସଞ୍ଜୟ ଯେଉଁ ଲୋକଙ୍କ ନାମ ନେଇଛନ୍ତି ସେମାନଙ୍କର ନାଁରେ ତଦନ୍ତ ହେବା ଉଚିତ।"
ଏହି ସମୟରେ, କୋର୍ଟର ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ, ଜଏଣ୍ଟ ଫୋରମ୍ ଅଫ୍ ଡାକ୍ତର ମାନେ ସିଆଲଦା କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କୋଲକାତାର ସିଆଲଦା ସେସନ୍ସ କୋର୍ଟ ଶେଷରେ ସୋମବାର ଏହି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି କରି ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଆରଜି କର ମାମଲାରେ, ପୀଡିତାଙ୍କ ପରିବାର ଦୋଷୀକୁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଥିଲେ। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ମୃତ ମହିଳା ଡାକ୍ତରଙ୍କ ବାପା କହିଛନ୍ତି ଯେ ସେ କୌଣସି କ୍ଷତିପୂରଣ ଚାହାଁନ୍ତି ନାହିଁ ବରଂ ନ୍ୟାୟ ଚାହାଁନ୍ତି।












Click it and Unblock the Notifications