ଗାନ୍ଧି ପରିବାର ମୋତେ ବିଷ୍କୁଟ ଖୁଆଇ ପାରିନଥିଲେ, ରାହୁଲଙ୍କୁ କଟାକ୍ଷ କରି ଏମିତି କହିଲେ ହିମନ୍ତ

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ପୁଣି ଥରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ କରିଛନ୍ତି ଟାର୍ଗେଟ । ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କାର ଛାତରେ କୁକୁରକୁ ବିସ୍କୁଟ ଦେଉଥିବାର ଦେଖାଯାଉଛି, କିନ୍ତୁ କୁକୁର ଏହାକୁ ଖାଉ ନାହିଁ । ଏହା ପରେ ସେମାନେ ଏହି ବିସ୍କୁଟକୁ ପାଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଦିଅନ୍ତି ।

ଏହା ଉପରେ ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ତାଙ୍କ ପରିବାର ମୋତେ ଏହି ବିସ୍କୁଟ ଖୁଆଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା କରିପାରିଲେ ନାହିଁ । ରାହୁଲଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି । ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ କୁକୁର ପରି ବ୍ୟବହାର କରନ୍ତି ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମତ ରଖଛନ୍ତି ।

ଏହି ଭାଇରାଲ ଭିଡିଓ ପାଲ୍ଲାଭି ନାମକ ଜଣେ ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ ସେହି ଟୁଇଟର ରିପ୍ଲାଏରେ ଆସାମର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ପାଲ୍ଲାଭି ଜୀ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ସମଗ୍ର ପରିବାର ମୋତେ ସେହି ବିସ୍କୁଟ ଖୁଆଇ ପାରିନାହାନ୍ତି । ମୁଁ ଜଣେ ଆସାମୀୟ ଏବଂ ଭାରତୀୟ ହୋଇଥିବାରୁ ଗର୍ବିତ । ମୁଁ ବିସ୍କୁଟ ଖାଇବାକୁ ମନା କରିଥିଲି ଏବଂ କଂଗ୍ରେସରେ ଇସ୍ଥଫା ଦେଇଥିଲି ।

himanta biswa sarma

ଅନ୍ୟପଟେ ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ ମଧ୍ୟ ରାହୁଲ ଗାନ୍ଧୀଙ୍କ ଏହି ଭାଇରାଲ ଭିଡିଓକୁ ଏକ୍ସରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'କିଛି ଦିନ ପୂର୍ବରୁ କଂଗ୍ରେସ ସଭାପତି ଖର୍ଗେ ଜୀ ଦଳର ବୁଥ ଏଜେଣ୍ଟମାନଙ୍କୁ କୁକୁର ମାନଙ୍କ ସହ ତୁଳନା କରିଥିଲେ ଏବଂ ଏଠାରେ ରାହୁଲ ଗାନ୍ଧୀ ତାଙ୍କ ଗସ୍ତ ସମୟରେ କୁକୁରକୁ ବିସ୍କୁଟ ଖୁଆଉଛନ୍ତି ଏବଂ ଯେତେବେଳେ କୁକୁର ଖାଇନଥିଲା , ସେତେବେଳେ ସେ ବିସ୍କୁଟକୁ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ । ସେ ଆହୁରି ମଧ୍ୟ ଲେଖିଛନ୍ତି, 'ଯଦି ଦଳର ସଭାପତି ତଥା ରାଜକୁମାର ନିଜ ଦଳର କର୍ମୀଙ୍କୁ କୁକୁର ଭଳି ବ୍ୟବହାର କରନ୍ତି, ତେବେ ଏପରି ଦଳ ଲୋପ ପାଇବା ସ୍ୱାଭାବିକ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+