ଜେଲ୍ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ : ଜେଲ୍ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଗଲା । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ନେଇ ଶୁଣାଣି । ମନି ଲଣ୍ଡରିଂ ମାମଲାରେ କାଲି ହେମନ୍ତଙ୍କୁ ଗିରଫ କରିଥିଲା ଇଡି । ଜମି ଘୋଟାଲା ମାମଲାରେ ଜଡିତଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି ।

ହେମନ୍ତ ସୋରେନ ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ । ତାଙ୍କୁ ହୋଟୱାର ଜେଲକୁ ନିଆଯିବ । ଏଥିପାଇଁ ସେ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି । ସେ କହିଛନ୍ତି ମୁଁ ଲଢେଇ ଜାରି ରଖିବି ଓ ଜିତିବି । ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ଉପସ୍ଥାପନ କରି ୧୦ ଦିନର ରିମାଣ୍ଡ ମାଗିଥିଲେ । ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି ଶେଷ କରି ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।

Hemant Soren

ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ରିମାଣ୍ଡ ଆବେଦନ ଉପରେ କୋର୍ଟ ଏହାର ରାୟ ପ୍ରଦାନ କରିବେ । ଏହାପୂର୍ବରୁ, ସୁରକ୍ଷା ମଧ୍ୟରେ ଇଡି ଟିମ ତାଙ୍କ ସହ ସ୍ୱତନ୍ତ୍ର କୋର୍ଟରେ ପହଞ୍ଚିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନ କୋର୍ଟ ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ । ଏଥିସହିତ ସେ ହାତ ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ । ତାଙ୍କ ସମର୍ଥକମାନେ କୋର୍ଟ ପରିସରରେ ହେମନ୍ତ ସୋରେନ ଜିନ୍ଦବାଦର ସ୍ଲୋଗାନ ମଧ୍ୟ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+