EDକୁ ତାରିଖ ଦେଲେ ହେମନ୍ତ, ଏହି ଦିନ ଇଡିରେ ହାଜର ହେବେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ
ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଖୋଜୁଛି ବୋଲିସ୍ । ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲିବା ଆରମ୍ଭ ହୋଇଛି । ଏହି ସବୁ ଭିତରେ ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିକୁ ଜାନୁଆରୀ ୩୧ରେ ପଚରାଉଚରା ପାଇଁ ସମୟ ଦେଇଛନ୍ତି ।
ତାଙ୍କର ଉପଲବ୍ଧତା ବିଷୟରେ ସୂଚନା ଦେଇ ଆଜି ଇଡିକୁ ଏକ ମେଲ ପଠାଯାଇଥିବା ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ଜାନୁଆରୀ ୨୭ରେ ଇଡି ଏହି ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାନୁଆରୀ ୨୯ କିମ୍ବା ୩୧ ତାରିଖ ମାଗିଥିଲେ । ସେପଟେ ହେମନ୍ତ ସୋରେନଙ୍କ ଉପରେ ଏହି କଟକଣାର ପ୍ରଭାବ ଝାଡ଼ଖଣ୍ଡରେ ମଧ୍ୟ ଦେଖିବାକୁ ମିଳୁଛି । ତାଙ୍କ ବିଷୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀମାନେ ଖବର ପାଇବା ମାତ୍ରେ ସମସ୍ତେ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ ।

ରାଞ୍ଚିରେ ଝାଡ଼ଖଣ୍ଡର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜେଏମ୍ଏମ୍ କର୍ମୀମାନେ ମୋରହାବାଡି ମଇଦାନରେ ଏକାଠି ହେଉଛନ୍ତି । ସୂଚନା ଅନୁଯାୟୀ, ଯଦି ହେମନ୍ତ ସୋରେନ୍ ଙ୍କୁ ଗିରଫ କରାଯାଏ, ତେବେ ସେମାନଙ୍କୁ ଏହି ଗିରଫଦାରୀ ବିରୋଧରେ ଆକ୍ରୋଶ ଶୋଭାଯାତ୍ରାରେ ସାମିଲ ହେବାକୁ ପଡ଼ିବ । ଏହି କାରଣରୁ ରାଞ୍ଚିରେ ହଠାତ୍ ରାଜନୈତିକ ହଟଚମଟ ସହ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି ।
ରାଞ୍ଚିର ମୋରହାବାଡି ମଇଦାନରୁ ରାଜଭବନରେ ପହଞ୍ଚିବେ ଜେଏମଏମ କର୍ମୀ । ସମସ୍ତେ ଅଭିଯୋଗ କରିଛନ୍ତି ଯେ ଇଡି ଜାଣିଶୁଣି ହେମନ୍ତ ସୋରେନଙ୍କୁ ହଇରାଣ କରୁଛି । ତେବେ ରାଞ୍ଚିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବ୍ୟତୀତ ଅନ୍ୟ ଭିଭିଆଇପି ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।












Click it and Unblock the Notifications