ଏହି କାରଣରୁ କ୍ଷମା ମାଗିଲେ ମଣିପୁର ମୁଖ୍ୟମନ୍ତ୍ରୀ
CM N Biren Singh Apologize: ମଣିପୁର ହିଂସା ପାଇଁ ମୁଖ୍ୟମନ୍ତ୍ରୀ ବିରେନ ସିଂ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ 2024 ବର୍ଷକୁ ଦୁର୍ଭାଗ୍ୟରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ସିଏମ ବିରେନ ସିଂ କହିଛନ୍ତି ଯେ ସେ ମେ 3 (2023) ରୁ ଆଜି ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି ।
#WATCH | Imphal: Manipur CM N Biren Singh says "This entire year has been very unfortunate. I feel regret and I want to say sorry to the people of the state for what is happening till today, since last May 3. Many people lost their loved ones. Many people left their homes. I… pic.twitter.com/tvAxInKPdg
— ANI (@ANI) December 31, 2024
ସେ କହିଛନ୍ତି, "ଏହି ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରହିଲା । ଅନେକ ଅଘଟଣ ଘଟିଯାଇଛି, ଯେଉଁଥି ପାଇଁ ମୁଁ ରାଜ୍ୟବାସୀଙ୍କୁ କ୍ଷମା ମାଗୁଛି । ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ଅନେକ ଲୋକ ନିଜ ଘର ଛାଡିଛନ୍ତି। ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯେ ଯାହା ଘଟିଲା, ଆମ ସମସ୍ତଙ୍କୁ ଅତୀତର ଭୁଲ ଭାବି ଭୁଲିଯିବା ସହ ଶାନ୍ତିପୂର୍ଣ୍ଣ ମଣିପୁର ପାଇଁ ଏକ ନୂତନ ଜୀବନ ଆରମ୍ଭ କରିବାକୁ ପଡିବ।

ସିଏମ ଏନ ବିରେନ ସିଂ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ୍ 200 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ 12,247 ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ 625 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ବିସ୍ଫୋରକ ସାମଗ୍ରୀ ଏବଂ ପ୍ରାୟ 35,000 ଗୁଳି ଜବତ କରାଯାଇଛି। ବିସ୍ଥାପିତ ପରିବାରକୁ ସାହାଯ୍ୟ କରିବା କେନ୍ଦ୍ର ବଡ଼ ଅବଦାନ ରହିଛି । ନୂତନ ଗୃହ ନିର୍ମାଣ, ସୁରକ୍ଷା କର୍ମୀଙ୍କ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କରାଯାଇଛି ।












Click it and Unblock the Notifications