କେଜ୍ରିୱାଲଙ୍କୁ ଝଟକା, କାର୍ଯ୍ୟରୁ ବହିଷ୍କୃତ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ଏକ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର କାର୍ଯ୍ୟରୁ ବହିଷ୍କୃତ । ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି ।

Arvind Kejriwal

ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଭବ କୁମାକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ବିଭାଗ କହିଛି ଯେ, ଅସ୍ଥାୟୀ ନିଯୁକ୍ତି ସହ ଜଡିତ କେନ୍ଦ୍ରୀୟ ସିଭିଲ ସର୍ଭିସ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ପ୍ରକାଶ ଥାଉ କି, ବିଭବ କୁମାର ୨୦୦୭ ମସିହାରେ ଏକ ପୁଲିସ କେସରେ ସମ୍ମୁଖୀନ ହୋଇଥିଲେ। ସେତେବେଳେ ସେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ସମୟରେ ତାଙ୍କ ବିରୁଦ୍ଧରେ ଥିବା ମାମଲା ବାବଦରେ ସୂଚନା ଦିଆଯାଇନଥିଲା। ଏହା ନିୟମର ଉଲ୍ଲଙ୍ଘନ ବୋଲି ଭିଜିଲାନ୍ସ କହିଛି।

ଭିଜିଲାନ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହା କେବଳ ଏକ ଅନିୟମିତତା ନୁହେଁ, ବରଂ ଏପରି କରିବା ଦ୍ୱାରା ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥାଏ। କୌଣସି ବ୍ୟକ୍ତିଙ୍କ ଚରିତ୍ର ଏବଂ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଯାଞ୍ଚ ନକରି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନୁଯୁକ୍ତିକୁ ଅନୁମତି ଦେବା ଠିକ୍ ନୁହେଁ ବୋଲି ଭିଜିଲାନ୍ସ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+