Get Updates
Get notified of breaking news, exclusive insights, and must-see stories!

ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ଆପ୍ , ତାଲିକାର ସବୁଠୁ ଆଗରେ କେଜରିୱାଲଙ୍କ ନାଁ

ଅହମ୍ମଦାବାଦ: ଆସନ୍ତା ଲୋକସଭା ନିର୍ବାଚନରେ ଗୁଜୁରାଟ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି ପ୍ରକାଶ କରିଛି । ସବୁଠାରୁ ବଡ଼ ବିଷୟ ହେଉଛି ଏହି ତାଲିକାରେ ସବୁଠୁ ଆଗରେ ରହିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ , ଏହା ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ନାମ ମଧ୍ୟ ଏହିତି ତାଲିକାରେ ରହିଛି । ଏହି ତିନିଜଣଙ୍କୁ ଦିଲ୍ଲୀ ଏକ୍ସାଇଜ୍ ସ୍କାମ ମାମଲାରେ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି । ଆଉ ଏପଟେ ଦଳର ଷ୍ଟାର ପ୍ରଚାରକ ତାଲିକାରେ ଏହି ତିନି ଜଣଙ୍କ ନାଁ ଆସିବା ପରେ ବିଭିନ୍ନ ଆଲୋଚନା ହେବାରେ ଲାଗିଛି ।

ଗୁଜୁରାଟରେ ଆପ୍‌ର ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ମଧ୍ୟ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ନାମ ରହିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ ମଧ୍ୟ ରହିଛନ୍ତି । ଏହି ତାଲିକା ବାହାରିବା ପରେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ତିହାର ଜେଲରେ ଥିବା ଦଳର ମୁଖ୍ୟ ତଥା ସିଏମ କେଜରିୱାଲଙ୍କ ନାଁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ସେ ଜେଲରେ ଥିବାବେଳେ ଗୁଜୁରାଟରେ ଦଳ ପାଇଁ କିପରି ପ୍ରଚାର କରିବେ ବୋଲି ପ୍ରଶ୍ନ ଉଠିଛି । ତାଲିକାରେ ଦଳ ମୋଟ ୪୦ଜଣଙ୍କ ନାମ ଘୋଷଣା କରିଛି ।

Arvind Kejriwal

ମାର୍ଚ୍ଚ ୨୧ ରେ ଏକ୍ସାଇଜ୍ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । କେଜ୍ରିୱାଲ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ଗୁଜୁରାଟର ୨୬ ଟି ଲୋକସଭା ଆସନ ମଧ୍ୟରୁ ଆପ୍ ଭରଚ ଏବଂ ଭବନଗର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିରୋଧୀ ଦଳ 'ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ' (ଇଣ୍ଡିଆ ) ରେ ଏହାର ସହଯୋଗୀ କଂଗ୍ରେସ ବାକି ୨୪ ଟି ଆସନ ରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+