ଇଡି ହେପାଜତରେ ଥାଇ ଦ୍ୱିତୀୟ ନିର୍ଦ୍ଦେଶ ପଠାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥାଇ ନୂଆ ଆଦେଶ ଜାରି କରିଛନ୍ତି । ଅରବିନ୍ଦ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଏହା ସୁନିଶ୍ଚିତ କରିଛନ୍ତି କି ହସ୍ପିଟାଲ ଓ କ୍ଲିନିକରେ ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହିଥାଉ ।

ସେମାନଙ୍କ ଡାକ୍ତରି ପରୀକ୍ଷା ବି ସୁନିଶ୍ଚିତ କରାଯାଉ । ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, 'ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଜେଲ୍ ଯିବା କାରଣରୁ ଦିଲ୍ଲିବାସୀଙ୍କୁ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ସେ ଚିନ୍ତିତ ରହିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହୋଲା କ୍ଳିନିକ୍ ଗୁଡ଼ିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି' ।

arvind kejriwal

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ସରକାରୀ ଆଦେଶ ଜାରି କରିବା ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରାଯାଉଛି । ଇଡି ଅଧିକାରୀଙ୍କ କହିବାନୁସାରେ, କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛି କି କୌଣସି ମୁଖ୍ୟମନ୍ତ୍ରୀ ହେପାଜତରେ ରହି ନିର୍ଦ୍ଦେଶ ଜାରି କରିବା ପିଏମଏଲଏ କୋର୍ଟ ପକ୍ଷରୁ ଦିଆଯାଇଥିବା ଆଦେଶର ଅନ୍ତର୍ଭୁକ୍ତ ଅଛି କି ନାହିଁ । ସେହିପରି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେପାଜତରେ ଥାଇ ଦିଲ୍ଲୀବାସୀଙ୍କ ପିଇବା ପାଣି ନେଇ ଚିନ୍ତିତ ।

ଏହାପରେ କେଜ୍ରିୱାଲ ଲେଖିଥିବା ଏକ ଚିଠିକୁ ଦେଖାଇଥିଲେ । ଏବେ ଏହାକୁ ନେଇ ଇଡି ସନ୍ଦେହ ପ୍ରକାଶ କରିଛି । ହେପାଜତରେ ଥିବା ବେଳେ କୌଣସି ଷ୍ଟେସନାରୀ ଜିନିଷ ଅନୁମତି ନାହିଁ । ଏପରି ସ୍ଥିତିରେ ଆତିଶୀ କିଭଳି ଚିଠି ପାଇଲେ ତାର ତଦନ୍ତ କରିବ ବୋଲି ସୂଚନା ରହିଛି । ତେଣୁ ଆତିଶୀଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+