'ମୋତେ ନୋବେଲ ପୁରସ୍କାର ମିଳିବା ଦରକାର'
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟକୁ ଚଳାଇବା ବହୁତ କଷ୍ଟକର ହେଉଛି । କେଜ୍ରିୱାଲ କହିଛନ୍ତି ଯେ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଚଳାଇଥିବା ବେଳେ କେନ୍ଦ୍ରରୁ ଆକ୍ରମଣର ସମ୍ମୁଖୀନ ହୋଇଥିବାରୁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ।
ସେ କହିଛନ୍ତି, "ସେମାନେ (ବିଜେପି) ଦିଲ୍ଲୀରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ସେମାନେ ଚାହାଁନ୍ତି ନାହିଁ ଯେ ଗରିବମାନେ ସେମାନଙ୍କ ପିଲାଙ୍କ ପରି ଶିକ୍ଷା ଲାଭ କରନ୍ତୁ । କେବଳ ମୁଁ ଜାଣେ, ମୁଁ କିପରି ଦିଲ୍ଲୀରେ ସରକାର ଚଳାଉଛି ।" ଏଥିପାଇଁ ନୋବେଲ ପୁରସ୍କାର ମିଳିବା ଦରକାର ବୋଲି ରବିବାର ଦିନ ଜାତୀୟ ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ।
ସୂଚନାନୁସାରେ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସପ୍ତମ ସମନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଥିଲା , ହେଲେ ଆମ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ଏହାକୁ ଅଣଦେଖା କରିଛନ୍ତି । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା) ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି,

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ସେ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଇଡିର ଅନ୍ୟ ଏକ ସମନ ଉପରେ ତଦନ୍ତରେ ଯୋଗ ଦେଇ ନାହାଁନ୍ତି ଏବଂ ସପ୍ତମ ସମନର ଉତ୍ତର ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କୁ ପୀଡିତ କାର୍ଡ ଖେଳିବା ପାଇଁ ନୋବେଲ ପୁରସ୍କାର ଦିଆଯିବା ଉଚିତ । ସେ କହିଛନ୍ତି, ପଳାତକ ତଥା ପୀଡିତ କାର୍ଡ ଖେଳିବା ପାଇଁ ଅରବିନ୍ଦ କେଜରିୱାଲ ନୋବେଲ ପୁରସ୍କାର ପାଇବା ଉଚିତ । ପ୍ରଥମେ ତୁମେ ଦୁର୍ନୀତି କର ଏବଂ ପରେ ଅତ୍ୟାଚାର କର ।












Click it and Unblock the Notifications