Get Updates
Get notified of breaking news, exclusive insights, and must-see stories!

Arvind Kejriwal: ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ

Arvind Kejriwal: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ ପ୍ରଥମ ଥର ପାଇଁ ଇନସୁଲିନ୍ ଦିଆଗଲା । ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲ ପକ୍ଷରୁ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଯାଇଛି ।

CM Arvind Kejriwal

ଆପ୍ ଦାବି କରିଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟାଇପ୍-୨ । ରକ୍ତରେ ଶର୍କରା ସ୍ତର ୩୨୦ରେ ପହଞ୍ଚିଛି ହେଲେ ତିହାର ଜେଲ ଅଧିକାରୀଙ୍କ ଅନୁଯାୟୀ କେଜ୍ରିୱାଲଙ୍କ ଶର୍କରା ସ୍ତର ୨୧୭ଥିଲା। ତେବେ ତିହାର ଜେଲ ଅଧିକାରୀ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ମିଛ ଡାଟା ଦେଉଥିବା ନେଇ ଅଭିଯୋଗ ଆଣିଛି ଆମ ଆଦମି ପାର୍ଟି ।

ତିହାର ଜେଲର ଜଣେ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ କମ୍ ପରିମାଣର ଇନସୁଲିନ୍ ଦିଆଯାଇଥିଲା। ଗତକାଲି ତାଙ୍କର ରକ୍ତରେ ଶର୍କରା ସ୍ତର ୨୧୭ ଥିଲା, ଏମ୍ସିର ଏକ ଟିମ କହିଛି ଯେ,ରକ୍ତରେ ଶର୍କରା ସ୍ତର ୨୦୦ ଅତିକ୍ରମ କରେ ତେବେ ତାଙ୍କୁ କମ୍ ଡୋଜ୍ ଇନସୁଲିନ୍ ଦିଆଯିବା ଉଚିତ୍ ।

ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଦାବି କରିଛି, ଅନେକ ଦିନ ଧରି ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ ଭିତରେ ଇନସୁଲିନ୍ ଦିଆଯାଇଛି। AAP X (ପୂର୍ବ ଟ୍ୱିଟର) ରେ ଏକ ପୋଷ୍ଟରେ ଲେଖାଯାଇଛି, ଶେଷରେ ବିଜେପି ଏବଂ ଜେଲ ଅଧିକାରୀ ଜେଲରେ ଥିବା କେଜ୍ରିୱାଲଙ୍କୁ ଇନସୁଲିନ ଦେଇଛି । ସିଏମ୍ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦ରେ ପହଞ୍ଚିଛି। ଭଗବାନ ହନୁମାନଙ୍କ ଆଶୀର୍ବାଦ ଏବଂ ଦିଲ୍ଲୀର ଲୋକଙ୍କ ସଂଘର୍ଷ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆମ ମୁଖ୍ୟମନ୍ତ୍ରୀଙ୍କୁ ଇନସୁଲିନ୍ ଯୋଗାଇବାରେ ଆମେ ସଫଳ ହୋଇଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+