ଏଣିକି ବସ୍ରେ କିନ୍ନର ସମାଜ ମାଗଣାରେ କରିବେ ଯାତ୍ରା, ଏହି ସରକାର ନେଲେ ନିଷ୍ପତ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ କିନ୍ନର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍ରେ ଯାତ୍ରା ମାଗଣା ହେବ । ଖୁବ ଶୀଘ୍ର ଏହାକୁ କ୍ୟାବିନେଟ୍ ପାରିତ କରି କାର୍ଯ୍ୟକାରୀ କରାଯିବ ବୋଲି ସିଏମ୍ କେଜ୍ରିୱାଲ କହିଛନ୍ତି । ଏହି ନିଷ୍ପତ୍ତି କିନ୍ନର ସମ୍ପ୍ରଦାୟର ଲୋକଙ୍କୁ ବହୁତ ଲାଭଦାୟକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି । କେଜ୍ରିୱଲ କହିଛନ୍ତି ଯେ ଆମ ସାମାଜିକ ପରିବେଶରେ କିନ୍ନର ସମ୍ପ୍ରଦାୟ ଅବହେଳିତ । ଏଭଳି ହେବା ଉଚିତ ନୁହେଁ, ସେମାନେ ମଧ୍ୟ ମଣିଷ ଏବଂ ସେମାନଙ୍କର ମଧ୍ୟ ସମାନ ଅଧିକାର ରହିଛି ।
ଦିଲ୍ଲୀ ସିଏମ୍ କହିଛନ୍ତି, କିନ୍ନର ସମ୍ପ୍ରଦାୟ ହେଉଛି ସେହି ସମାଜ, ଯାହା ଆଜି ପର୍ଯ୍ୟନ୍ତ ସମସ୍ତ ସମାଜ ସେମାନଙ୍କୁ ଅବହେଳା କରିଛନ୍ତି, ସେମାନଙ୍କ ପାଇଁ କୌଣସି କାର୍ଯ୍ୟ କରାଯାଇ ନାହିଁ । ଗତ ୭୫ ବର୍ଷ ମଧ୍ୟରେ ସାରା ଦେଶକୁ ଦେଖନ୍ତୁ, କୌଣସି ସରକାର ନାହାଁନ୍ତି । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ କୌଣସି ଦଳ କିମ୍ବା କୌଣସି ସରକାର କିଛି ବି କାର୍ଯ୍ୟ କରିନାହାଁନ୍ତି । ଆଜି ମୁଁ ଆପଣଙ୍କୁ କହି ବହୁତ ଖୁସି ଯେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । "

ସିଏମ କେଜ୍ରିୱାଲ ଆହୁରି କହିଛନ୍ତି, "ଆମେ ସ୍ଥିର କରିଛୁ ଯେ କିନ୍ନର ସମ୍ପ୍ରଦାୟର ଲୋକଙ୍କ ପାଇଁ ଦିଲ୍ଲୀ ବସ୍ ରେ ମାଗଣା ଯାତ୍ରା ପାଇଁ ବ୍ୟବସ୍ଥା କରାଯିବ । ଯେପରି ଆମେ ମହିଳାମାନଙ୍କୁ ମାଗଣା ଯାତ୍ରା କରଉଛୁ , ଠିକ୍ ସେହିପରି କିନ୍ନର ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ମାଗଣା ଯାତ୍ରାର ସୁବିଧା ଦିଆଯିବ । "" ଏହି ନିଷ୍ପତ୍ତି ଆସନ୍ତା କିଛି ଦିନ ମଧ୍ୟରେ କ୍ୟାବିନେଟକୁ ଅଣାଯିବ । କ୍ୟାବିନେଟର ନିଷ୍ପତ୍ତି ପାରିତ ହେବା ପରେ ଏହି ସୁବିଧା ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି । "












Click it and Unblock the Notifications