For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ନେଲା 4ଜୀବନ,10 ଜଣଙ୍କର ମିଳୁନି ପତ୍ତା

ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନଦୀ କୂଳ ଭାଙ୍ଗି ପୋଲ ଧୋଇଯାଇଛି । ଏଥିସହିତ 10 ଜଣ ନିଖୋଜ ରହିଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି।

|

ଡେରାଡୁନ୍: ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନଦୀ କୂଳ ଭାଙ୍ଗି ପୋଲ ଧୋଇଯାଇଛି । ଏଥିସହିତ 10 ଜଣ ନିଖୋଜ ରହିଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି। ତେହରି ଜିଲ୍ଲାର ଗ୍ୱାଡ ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ 7 ଜଣ ଫସି ଯାଇଥିଲେ। ତେହରି ଜିଲ୍ଲା ମାଜିଷ୍ଟ୍ରେଟ ସୌରଭ ଗହରୱାର କହିଛନ୍ତି ଯେ ଭଗ୍ନାବଶେଷ ତଳୁ ବର୍ତ୍ତମାନସୁଦ୍ଧା ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

flood
କୋଥାର ଗ୍ରାମରେ ଭଗ୍ନାବଶେଷ ତଳେ ଫସିଥିବା ଜଣେ ବୃଦ୍ଧାଙ୍କର ଶ୍ୱାସରୁଦ୍ଧ ହୋଇ ହୋଇ ମୃତ୍ୟୁ ଘଟିଛି । ପାଉରୀ ଜିଲ୍ଲାର ପ୍ରାୟ 13 ଟି ଗ୍ରାମ ଅତ୍ୟଧିକ ବର୍ଷା ପ୍ରଭାବିତ ହୋଇଛି । ଏଠାରେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏବଂ ବିଦ୍ୟାଳୟ ବନ୍ଦ କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଥାନୋ ନିକଟସ୍ଥ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଯାନବାହାନ ଚଳାଚଳ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। "ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟ ରିଲିଫ୍ ଦଳ କାର୍ଯ୍ୟ କାମ ଆରମ୍ଭ କରିଛନ୍ତି । ଧାମିଙ୍କ ସହ ରାୟପୁର ବିଧାୟକ ଉମେଶ ଶର୍ମା କୌ ଏବଂ ଗଡୱାଲ କମିଶନର ସୁଶୀଲ କୁମାର ମଧ୍ୟ ଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Uttarakhand Cloudburst: Torrential rains damaged two houses in Gwad village in Tehri district trapping seven people under the debris.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X