ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ନେଲା 4ଜୀବନ,10 ଜଣଙ୍କର ମିଳୁନି ପତ୍ତା
ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନଦୀ କୂଳ ଭାଙ୍ଗି ପୋଲ ଧୋଇଯାଇଛି । ଏଥିସହିତ 10 ଜଣ ନିଖୋଜ ରହିଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି।
ଡେରାଡୁନ୍: ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନଦୀ କୂଳ ଭାଙ୍ଗି ପୋଲ ଧୋଇଯାଇଛି । ଏଥିସହିତ 10 ଜଣ ନିଖୋଜ ରହିଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି। ତେହରି ଜିଲ୍ଲାର ଗ୍ୱାଡ ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ 7 ଜଣ ଫସି ଯାଇଥିଲେ। ତେହରି ଜିଲ୍ଲା ମାଜିଷ୍ଟ୍ରେଟ ସୌରଭ ଗହରୱାର କହିଛନ୍ତି ଯେ ଭଗ୍ନାବଶେଷ ତଳୁ ବର୍ତ୍ତମାନସୁଦ୍ଧା ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଥାନୋ ନିକଟସ୍ଥ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଯାନବାହାନ ଚଳାଚଳ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। "ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟ ରିଲିଫ୍ ଦଳ କାର୍ଯ୍ୟ କାମ ଆରମ୍ଭ କରିଛନ୍ତି । ଧାମିଙ୍କ ସହ ରାୟପୁର ବିଧାୟକ ଉମେଶ ଶର୍ମା କୌ ଏବଂ ଗଡୱାଲ କମିଶନର ସୁଶୀଲ କୁମାର ମଧ୍ୟ ଥିଲେ।












Click it and Unblock the Notifications