Get Updates
Get notified of breaking news, exclusive insights, and must-see stories!

ସିକ୍କିମରେ ଜଳପ୍ରଳୟ: ଭୟଙ୍କର ବନ୍ୟାରେ ଗଲାଣି ୧୪ ଜୀବନ, ୧୦୨ ଜଣ ନିଖୋଜ

Cloudburst In Sikkim: ସିକ୍କିମରେ ଜଳପ୍ରଳୟ । ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହେବା ସହ ସେନା ଯବାନଙ୍କ ସମେତ ଏବେ ମଧ୍ୟ ୧୦୨ ଜଣ ନିଖୋଜ ଥିବା ନେଇ ସିକ୍କିମ ସରକାରଙ୍କ ପକ୍ଷରୁ ସୂଚନା ଯାରି କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଥିଲା । ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଖବର ଅନୁସାରେ ଏବେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ହଜାରରୁ ଅଧିକ ଲୋକ ଫସି ରହିଛନ୍ତି । ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ସ୍ଥିତିରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା, ମାଙ୍ଗନ, ଗ୍ୟାଙ୍ଗଟକ ଏବଂ ପାକୟଙ୍ଗ ଜିଲ୍ଲାରେ ବ୍ୟାପର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି ।

 sikkim flood

ସିକ୍କିମ ମୁଖ୍ୟା ଶାସନ ସଚିବ ଭିବି ପାଠକଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ ୪୨ ସମୟରେ ଲୋହନକ ଲେକରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଏହା ନିକଟରେ ଏକ ବଡ଼ ଘାଇ ସୃଷ୍ଟି ହୋଇଥିଲା । ଯାହା ପରେ ତିସ୍ତା ନଦୀରେ ଭୟଙ୍କର ବନ୍ୟା ଆସିଥିଲା । ବନ୍ୟାରେ ୨୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେହିପରି ଚୁ୍ଙ୍ଗଥାଙ୍ଗ୍ ତିସ୍ତା ଡ୍ୟାମରେ ୧୨ରୁ ୧୪ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଅଚନକ ବନ୍ୟା ଆସିବା ଯୋଗୁଁ ସମସ୍ତେ ସେଠାରେ ହିଁ ଫସି ରହିଥିବା ନେଇ ଖବର ରହିଛି । ଅନ୍ୟପଟେ ୨୨ ଜଣ ଯବାନ ଏବ ମଧ୍ୟ ନିଖୋଜ ଅଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କନଭୟ ରାଜପଥ କଡରେ ପାର୍କିଂ ହୋଇଥିବା ବେଳେ ତାହା ବନ୍ୟାରେ ବୁଡି ଭାସି ଯାଇଥିଲା ।

ସୂଚନାଥାଉ ଯେ, ସିକ୍କିମ ରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥଛନ୍ତି ୨୩ ଯବାନ । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ବିଲଦାର୍ ସରୋଜ କୁମାର ଦାସ ମଧ୍ୟ ସିକିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ୨୦୨୧ ରୁ ସେ ସେନାରେ ସାମିଲ ହୋଇଥିଲେ । ଏପରିକି ଏ ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ପୂର୍ବରୁ ସେ ଘରକୁ ଆସିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+