ହିମାଚଳରେ ବାଦଲଫଟା ବର୍ଷା: ଜଣେ ମୃତ, ୪୦ ନିଖୋଜ
Himachal Pradesh Rain: ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ଲଗାଣ ବର୍ଷାରେ ବେହାଲ ସ୍ଥିତି । ଶିମଲା ଏବଂ ମଣ୍ତିରେ ବାଦଲଫଟା ବର୍ଷା ନେଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଥିବା ନେଇ ସୂଚନା ରହିଛି । ଏପରିକି ପ୍ରବଳ ବାର୍ଷା ଯୋଗୁଁ ଅନେକ ଘର, ବିଦ୍ୟାଳୟ ଓ ଡାକ୍ତରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମଣ୍ଡିରେ ଜଣଙ୍କ ମୃତଦେହ ମିଳିଥିବାବେଳେ ୩୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ମଣ୍ଡିର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଜେପି ନଡ୍ଡା ହିମାଚଳ ସିଏମ ସୁଖବିନ୍ଦର ସିଂ ସୁଖୁଙ୍କ ସହ କଥା ହୋଇ ସେଠାରେ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।












Click it and Unblock the Notifications