ବନ୍ଦେମାତରମ ମହାବିତର୍କ, ଗୃହମନ୍ତ୍ରୀ ବର୍ଷିଲେ

ବନ୍ଦେମାତରମକୁ ନେଇ ରାଜ୍ୟସଭାରେ ଜୋରଦାର ବିତର୍କ । ବିତର୍କରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ବିରୋଧୀଙ୍କୁ କଟାକ୍ଷ କରି କହିଲେ ଯିଏ 'ବନ୍ଦେ ମାତରମ'ର ମହିମା ଜାଣନ୍ତିନି ସେମାନେ ନିର୍ବାଚନ ସହ ଯୋଡନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉପରେ ବର୍ଷିଥିଲେ । ଶାହ କହିଥିଲେ, "ନେହେରୁ ଜୀ ବନ୍ଦେ ମାତରମ୍ କୁ ଦୁଇ ଭାଗ କରିଥିଲେ।

amit saha

ତୁଷ୍ଟିକରଣ ପାଇଁ ବନ୍ଦେ ମାତରମ୍ କୁ ବିରୋଧ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଦେଶ ବନ୍ଦେ ମାତରମ୍ ର ୧୦୦ ତମ ବାର୍ଷିକୀ ପାଳନ କରୁଥିଲା । ସେତେବେଳେ ଦେଶ ଜରୁରୀକାଳୀନ ପରିସ୍ଥିତିରେ ପଡ଼ିଥିଲା। ଅମିତ ଶାହଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଗୃହରେ ହଟ୍ଟଗୋଳ ହୋଇଥିଲା।

ଗୃହମନ୍ତ୍ରୀ କହିଛନ୍ତି, "ଇଂରେଜ ଗୁଲାମ ସମୟରେ, "ବନ୍ଦେ ମାତରମ୍" ଗୀତ ଘୋର ଅନ୍ଧକାର ମଧ୍ୟରେ ସ୍ୱାଧୀନତା ପାଇଁ ଲଢ଼ିବା ପାଇଁ ଲୋକଙ୍କ ମନରେ ଭାବନା ଜାଳି ଦେଇଥିଲା। ଯେତେବେଳେ "ବନ୍ଦେ ମାତରମ୍" ୧୦୦ ବର୍ଷ ପୂରଣ କଲା । ସେତେବେଳେ ସମଗ୍ର ଦେଶକୁ ଗୃହବନ୍ଦୀ କରାଯାଇଥିଲା। ଗତକାଲି ଯେତେବେଳେ ଗୃହରେ ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ଆରମ୍ଭ ହୋଇଥିଲା ।

ସେତେବେଳେ ଗାନ୍ଧୀ ପରିବାରର ସଦସ୍ୟମାନେ ଅନୁପସ୍ଥିତ ଥିଲେ। "ବନ୍ଦେ ମାତରମ୍"ର ବିରୋଧ ନେହେରୁଙ୍କଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱର ରକ୍ତରେ ରହିଛି। କଂଗ୍ରେସ ଦଳର ଜଣେ ନେତା ଲୋକସଭାରେ କହିଥିଲେ ଯେ "ବନ୍ଦେ ମାତରମ୍" ଉପରେ ଏବେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+