ଦିଲ୍ଲୀରେ ବନ୍ଦ ହେବ ଅନଲାଇନ୍ ଫୁଡ୍ ଡେଲିଭରି ସେବା
Food Delivery: ଚଳିତ ମାସ 9 ଏବଂ 10 ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଜି-20 ସମ୍ମିଳନୀ । ଯେଉଁଥି ପାଇଁ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟର । ବିଶ୍ୱର ଅନେକ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭାରତର ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ । ଯେଉଁଥି ପାଇଁ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ସାଜସଜ୍ୱା । ନୂତନ ଭାରତର ମଣ୍ତପରେ ଆୟୋଜିତ ହେବା ପାଇଁ ଯାଉଛି ଜି-୨୦ ଶିଖର ସମ୍ମିଳନୀ ।

ନୂତନ ଭାରତ ମଣ୍ତପରେ ଆୟୋଜିତ ହେବ ଜି-20 ଶିଖର ସମ୍ମିଳନୀ । ଦିଲ୍ଲୀରେ ବସିବା ପାଇଁ ଥିବା ଏହି ବୈଠକରେ ବଡ଼ ବଡ଼ ଦେଶର ରାଷ୍ଟ୍ରପତି ଯୋଗ ଦେବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କିଛି ସେବା ଉପରେ ସାମୟିକ ରୋକ ଲଗାଯିବ ବୋଲି ପୂର୍ବରୁ ସରକାରଙ୍କ ପକ୍ଷକୁ ଘୋଷଣା କରାଯାଇଛି । ପୂର୍ବରୁ ୭,୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଯାତାୟତ ତଥା ଗାଡ଼ି ଚଳାଚଳ ସେବା ବନ୍ଦ ହେବା ନେଇ ଘୋଷଣା କରାଯାଇଥିବା ୂେଳେ ଏବେ ଆଉ କିଛି ସାଧାରଣ ସେବା ଉପରେ ମଧ୍ୟ ରୋକ୍ ଲଗାଯାଇଛି ।
ବିଦେଶରୁ ଆସୁଥିବା ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଡିସିନ୍ ବ୍ୟତୀତ ଅନ୍ୟ ସମସ୍ତ ଅନଲାଇନ ଡେଲିଭରୀ ସେବା ବନ୍ଦ ରହିବ ବୋଲି ଦିଲ୍ଲୀ ପୋଲିସ ପକ୍ଷକୁ ସୂଚନା ଯାରି କରାଯାଛି । ଏପରିକି ଖାଦ୍ୟର ମଧ୍ୟ ଅନଲାଇନ୍ ଡେଲିଭରି ବନ୍ଦ ରହିବ ।
ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, କେବଳ ମେଡିସିନ୍ ବ୍ୟତୀତ ଅନ୍ୟ ସମସ୍ତ ଅନଲାଇନ୍ ଡେଲିଭରୀ ସେବା ବନ୍ଦ ରହିବ । ଏନେଇ ଅଗଷ୍ଟ ୨୫ ତାରିଖରେ ଦିଲ୍ଲା ପୋଲିସ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଡାକ୍ତରଖାନା ସେବା, ମେଡିକାଲ ଯାଞ୍ଚ୍ ପାଇଁ ନମୂଲା ସଂଗ୍ରହ ପରି ଜରୁରୀକାଳୀନ ସେବାକୁ ଦିଲ୍ଲୀ ପୋରିସ ତରଫରୁ ଅନୁମତି ଦିଆଯାଇଛି । ହେଲେ ଖାଦ୍ୟ ଡେଲିଭରି ବା ଅନ୍ୟ କୌଣସି ଜିନିଷର ଡେଲିଭରି ଉପରେ ରୋକ୍ ଲଗାଯାଇଛି ।
ସେହିପରି ମେଟ୍ରୋ ଚଳାଚଳ ସ୍ୱାଭାବିକ୍ ରହିବ ହେଲେ ସୁପ୍ରିମକୋର୍ଟ ଷ୍ଟେସନରେ ମେଟ୍ରୋ ରହିବ ନାହିଁ । ମେଟ୍ରୋ ପ୍ରତି ୧୦ ରୁ ୧୫ ମିନିଟ୍ ଅନ୍ତରରେ ଆସିବ । ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ହୋଟେଲ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଏୟାରପୋର୍ଟ ଏବଂ ରେଳ ଷ୍ଟେସନ ଯାଇପାରିବେ ହେଲେ ଟିକେଟ୍, ବୁକିଂ ସ୍ପିପ୍ ପରି ଡକ୍ୟୁମେଣ୍ଟ ଦେଖାଇବା ପାଇଁ ପଡିବ ।
ସୂଚନଥାଉ ଯେ, ଜି-20 ସମ୍ମିଳନୀ ପାଇଁ ଭାରତକୁ ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ଇଂଲଣ୍ତ, ଆମେରିକା, ଆର୍ଜେଣ୍ଟିନା ସମେତ ଅନେକ ଦେଶ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବା ପାଇଁ ଯାଉଁଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ । ଏହି ବୈଠକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସରକାରଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications