Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

କୋଲକାତା: ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଦୁଲାଲ ସରକାରଙ୍କୁ ପଶ୍ଚିମବଙ୍ଗରେ ଗୁଳିକରି ହତ୍ୟା କରାଯାଇଛି। ଦୁଲାଲ ସରକାରଙ୍କୁ ବାଇକ୍ ଆରୋହୀ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଝଲଝଲିଆ ମୋର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯେଉଁଥିରେ ଟିଏମସି କାଉନସିଲର ଦୁଲାଲ ସରକାର ନିଜ ଜୀବନ ପାଇଁ ଦୌଡୁଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଦୋକାନରେ ବସିଥିବା ବେଳେ କିଛି ଲୋକ ତାଙ୍କ ପାଖକୁ ଆସିଥିଲେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଇକରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ଅତି ନିକଟରୁ ଅନେକ ଥର ଗୁଳି ମାଡ଼ କରିଥିଲେ। ଡାକ୍ତରଖାନା ନିଆଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

close-aide-murdered-

ହତ୍ୟାପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁଲାଲ ସରକାର ବାବଲା ନାମରେ ପରିଚିତ ଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ଲେଖିଛନ୍ତି, 'ମୋର ଘନିଷ୍ଠ ସହଯୋଗୀ ତଥା ବହୁ ଲୋକପ୍ରିୟ ନେତା ବାବଲା ସରକାରଙ୍କୁ ଆଜି ହତ୍ୟା କରାଯାଇଛି। ବାବଲା ସରକାର ଏବଂ ତାଙ୍କ ପତ୍ନୀ ଚୈତାଲି ସରକାର ଆରମ୍ଭରୁ ତୃଣମୂଳ କଂଗ୍ରେସ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ବାବଲା କାଉନସିଲର ଭାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।"

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+