ଜଳବାୟୁ ପରିବର୍ତ୍ତନ ପାଇଁ ଭାରତରେ ପଡ଼ିବ ବଡ ପ୍ରଭାବ ; ସାପ କାମୁଡାରେ ଯିବ...., ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଷାକ୍ତ ସାପଗୁଡ଼ିକ ପାଇଁ ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ, ଯାହାଫଳରେ ଉକ୍ତ ଅଞ୍ଚଳରେ ସାପ ସଂଖ୍ୟା ବୃଦ୍ଧି ପାଇବା ସହ ସାପକାମୁଡ଼ା ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବ। ଦିବ୍ରୁ ସାଇଖୋଓ୍ବା କଞ୍ଜରଭେଶନ୍‌ ସୋସାଇଟି, ଆସାମ ଏଗ୍ରିକଲଚର ୟୁନିଭର୍ସିଟି ଏବଂ ଦକ୍ଷିଣ କୋରିଆର ପୁକ୍‌ୟୋଙ୍ଗ୍‌ ନ୍ୟାଶନାଲ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍‌ନାକୁ ଆସୁଛି।

Snakes

ସାଧାରଣତଃ ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳର ପରିବେଶକୁ ସାପଗୁଡ଼ିକଙ୍କ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବାବେଳେ ଜଳବାୟୁ ପରିବର୍ତ୍ତନ ଏହି ଧାରାକୁ ପରିବର୍ତ୍ତନ କରୁଥିବା ଗବେଷକମାନେ କହିଛନ୍ତି। ଭାରତୀୟ ଉପମହାଦେଶରେ ଅଧିକାଂଶ ସାପକାମୁଡ଼ା ପାଇଁ ୪ ପ୍ରଜାତିର ବିଷାକ୍ତ ସାପ କମନ କ୍ରେଟ୍‌, ରସେଲ୍ସ ଭାଇପର, ଏଚିସ କାରିନାଟସ ଏବଂ ଇଣ୍ଡିଆନ କୋବ୍ରା ଦାୟୀ ବୋଲି
ଅଧ୍ୟୟନରେ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ପନ୍ନ ହେଉଥିବା ପରିସ୍ଥିତି ମଧ୍ୟରେ ହରିୟାଣା, ରାଜସ୍ଥାନ ଏବଂ ଆସାମ ଏହି ୪ ପ୍ରଜାତିର ସାପଙ୍କ ପାଇଁ ଅନୁକୂଳ ହେବ ବୋଲି ଅଧ୍ୟୟନରେ ଆକଳନ କରାଯାଇଛି। ସାଧାରଣତଃ ମଣିପୁର, ମେଘାଳୟ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଭଳି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପରିବେଶ ସାପଗୁଡ଼ିକଙ୍କ ପାଇଁ ଅନୁପଯୁକ୍ତ ବୋଲି ବିଚାର କରାଯାଇଥାଏ। ତେବେ ପିଏଲ୍‌ଓଏସ୍‌ ନେଗଲେକ୍ଟଡ୍‌ ଟ୍ରଫିକାଲ ଡିଜିଜ୍‌ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆଗାମୀ ଦିନରେ ଉକ୍ତ ଅଞ୍ଚଳଗୁଡ଼ିକରେ ସାପ କାମୁଡ଼ା ମାମଲାରେ ୧୦୦%ରୁ ଅଧିକ ବୃଦ୍ଧି ଘଟିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+