ଗ୍ରୀନ ହାଇଡ୍ରୋଜେନର ପ୍ରଭାବକୁ ବ୍ୟାପକ କରିବା ଉପରେ ପିଏମ୍ ମୋଦିଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ସାଂପ୍ରତିକ ସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତିକ୍ଷେତ୍ରରେ ଦେଖାଦେଇଥିବା ସଂସ୍କୃତ ବିଶ୍ୱବ୍ୟାପୀ ଉଦ୍‌ବେଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଅଙ୍ଗାରକାମ୍ଳ ହ୍ରାସ ଦିଗରେ ସବୁଜ ହାଇଡ୍ରୋଜେନର ପ୍ରଭାବକୁ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସବୁଜ ହାଇଡ୍ରୋଜେନ ଉପରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ଭଚୁଆଲ ମାଧ୍ୟମରେ ସମ୍ବୋଧନ କରିବା ଅବସରରେ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରାଯିବା ସହ ଏ ସଂକ୍ରାନ୍ତ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଜଳବାୟୁ ପରିବର୍ତ୍ତନ ଭବିଷ୍ୟତ ପାଇଁ ଯେ କେବଳ ବିପଦ ସୃଷ୍ଟି କରୁଛି ତାହା ନୁହେଁ, ତା'ର ପ୍ରଭାବ ଏବେଠୁ ଅନୁଭୂତ ହେଲାଣି । ଶକ୍ତି ସଂକଟ ଦୂର କରି ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ନିରନ୍ତରତା ବଜାୟ ରଖୁବା ଦିଗରେ ସାମୂହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁଜ ଗ୍ରହ ସୃଷ୍ଟି କରିବା ଦିଗରେ ଭାରତ ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି । ସବୁଜ ଶକ୍ତି ଦିଗରେ ଭାରତ ଜି-୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରଥମ ଦେଶ ଭାବେ ପ୍ୟାରିସ୍ ରାଜିନାମାକୁ ପାଳନ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଏଥିପାଇଁ ଥିବା ୨୦୩୦ ଲକ୍ଷ୍ୟ ପୂରଣର ୯ ବର୍ଷ ପୂର୍ବରୁ ଭାରତ ଏ ଦିଗରେ ପଦକ୍ଷେପ ନେବାରେ ସଫଳ ହୋଇଛି ।

PM Modi

ଗତ ୧୦ ବର୍ଷ ମଧ୍ୟରେ ଭାରତର ଅଣଜୀବାଶ୍ମ ଇନ୍ଧନ କ୍ଷମତା ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସୌରଶକ୍ତି କ୍ଷମତା ମଧ୍ୟ ୩ ହଜାରରୁ ଅଧିକ ପ୍ରତିଶତ ବଢ଼ିବା ଉଲ୍ଲେଖନୀୟ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ କେବଳ ଏତିକି ସଫଳତା ଭିତରେ ରହିନାହିଁ, ଏ କ୍ଷେତ୍ରରେ ଆଉ ଅଭିନବ ପଦକ୍ଷେପ ନେବାରେ ପ୍ରୟାସରତ ରହିଛି । ବିଶ୍ୱ ଶକ୍ତି ଦୃଶ୍ୟପଟରେ ସବୁଜ ହାଇଡ୍ରୋଜେନ୍‌ର ମହତ୍ୱପୂର୍ବ ଯୋଗଦାନ ରହିଥିବା ବିଷୟ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଶିଳ୍ପ ଗୁଡ଼ିକରୁ ଅଙ୍ଗାରକାମ୍ଳ ହ୍ରାସ ହେବାରେ ସବୁଜ ହାଇଡ୍ରୋଜେନ୍ ବିଶେଷ ସହାୟକ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭାରତ ୨୦୨୩ରେ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଥିଲା । ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ, ଉପଯୋଗିତାକୁ ବ୍ୟାପକ କରି ଭାରତକୁ ଏ କ୍ଷେତ୍ରରେ ବିଶ୍ୱ କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖୁଛନ୍ତି । ଭାରତ ଗବେଷଣା ଓ ବିକାଶ ଦିଗରେ ବ୍ୟାପକ ପୁଞ୍ଜି ନିବେଶ କରିଚାଲିଛି । ଶିଳ୍ପ ଓ ଶୈକ୍ଷିକ ଭାଗିଦାରୀତା ଯୋଗୁଁ ଏ ଦିଗରେ ଷ୍ଟାର୍ଟଅପ୍ ଏବଂ ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+