'ମୋଦିଙ୍କ ନେତୃତ୍ବରେ ସ୍ୱଚ୍ଛତା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି'

ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସ୍ୱଚ୍ଛତା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗୁଜରାଟର ଅହମ୍ମଦାବାଦଠାରେ ଆଜି ଏକ ସମାବେଶରେ ଉଦ୍‌ବୋଧନ ଦେଇ ଅମିତ୍ ଶାହା ଏହା କହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଗାନ୍ଧିନଗର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଶିକ୍ଷା ସହ ଅନ୍ୟାନ୍ୟ କଲ୍ୟାଣକାରୀ ପ୍ରକଳ୍ପ ପାଇଁ ୩୭ ହଜାର କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଅମିତ୍ ଶାହା କହିଛନ୍ତି ।

ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ଅହମ୍ମଦାବାଦ ପୌର ନିଗମର ଅବଦାନକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି । ଅମିତ୍ ଶାହା ୪୭୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ।

amit shah

ଗୁଜରାଟ ଗସ୍ତ ଅବସରରେ ଶ୍ରୀ ଶାହା ସାନନ୍ଦ ନିକଟରେ ଆୟୋଜିତ ଦଳୀୟ କର୍ମକର୍ତ୍ତା ସମ୍ମିଳନୀ ଏବଂ ପୁଲିସ୍ କମିଶନରଙ୍କ ନବନିର୍ମିତ କାର୍ଯ୍ୟାଳୟ ଅଟ୍ଟାଳିକାର ଉଦ୍‌ଘାଟନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେହିପରି ଗୁଜୁରାଟ ପର୍ଯ୍ୟଟନ ବିଭାଗଦ୍ୱାରା ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ନବରାତ୍ରୀ ମହୋତ୍ସବର ମନ୍ତ୍ରୀ ଅମିତ୍ ଶାହା ଶୁଭାରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+