Get Updates
Get notified of breaking news, exclusive insights, and must-see stories!

ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା,ସ୍କୁଲ ବାହାରେ ଭଙ୍ଗାରୁଜା

ଗୁଜରାଟର ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ବହୁ ସଂଖ୍ୟକ ଲୋକ ସ୍କୁଲ ବାହାରେ ଏକାଠି ହୋଇ ଭଙ୍ଗାରୁଜା କରିଛନ୍ତି । ସଂପୃକ୍ତ ଦଶମ ଶ୍ରେଣୀ ଛାତ୍ରଙ୍କୁ ସେହି ସ୍କୁଲର ୯ମଶ୍ରେଣୀର ଜଣେ ଛାତ୍ର ଆକ୍ରମଣ କରି ଛୁରୀ ଭୁସିଥିଲା ।

ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏବେ ସ୍କୁଲ ବାହାରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ହଙ୍ଗାମା କରିବାରୁ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛି । ହେଲେ ଉତ୍ତ୍ୟକ୍ତ ଲୋକମାନେ ସ୍କୁଲରେ ଭଙ୍ଗାରୁଜା କରିଥିଲେ ।

murder

ସୂଚନା ଅନୁସାରେ ଖୋଖରାରେ ଅବସ୍ଥିତ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ସ୍କୁଲରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ପୂର୍ବରୁ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା । ଗତକାଲି ସ୍କୁଲ ଛୁଟି ହେବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି କାରଣରୁ ଛାତ୍ର ଜଣଙ୍କ ଛୁରୀ ଭୁସିଥିବା କୁହାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+