ବର୍ଦ୍ଧମାନ ରେଳ ଷ୍ଟେସନରେ ଦଳାଚକଟା, ଅନେକ ଯାତ୍ରୀ ଆହତ ସୂଚନା

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ରବିବାର ବିଳମ୍ୱିତ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ପ୍ଲାଟଫର୍ମରେ ହଠାତ୍‌ ଦଳଚକଟା ଯୋଗୁଁ ୧୦ରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଷ୍ଟେସନରେ ଆତଙ୍କିତ ମାହୋଲ ସୃଷ୍ଟି ହୋଇଥିଲା। ମିଡ଼ିଆ ରିପୋର୍ଟ ଅନୁସାରେ , ଆହତଙ୍କୁ ବର୍ଦ୍ଧମାନ ମେଡିକାଲ କଲେଜ୍‌ ତଥା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠି ତାଙ୍କର ଚିକିତ୍ସା କରାଯାଉଛି।

Bardhaman

ଯାତ୍ରୀମାନେ କହିଛନ୍ତି ଯେ, ଏହି ଦୁର୍ଘଟଣା ସେତେବେଳେ ହୋଇଛି, ଯେବେ ପ୍ଲାଟଫର୍ମ ନମ୍ୱର ୪,୬ ଓ ୭ରେ ପାଖାପାଖି ଏକାସାଥିରେ ତିନୋଟି ଟ୍ରେନ୍‌ ଠିଆ ହୋଇଥିଲେ। ଟ୍ରେନ୍‌କୁ ଧରିବା ମୁଡ୍‌ରେ ଯାତ୍ରୀମାନେ ପ୍ଲାଟଫର୍ମ ୪ ଓ ୬କୁ ଯୋଡ଼ୁ ଥିବା ଫୁଟ୍‌ ଓଭର ବ୍ରିଜ୍‌ର ସିଡିରେ ଚଢିବା -ଓହ୍ଲାଇବା ଆରମ୍ଭ ହୋଇଗଲା।

ହଠାତ୍‌ ଯାତ୍ରୀଙ୍କ ପହଞ୍ଚିବାରେ ସିଡି ଉପରେ ଭିଡ଼ ଲାଗିଗଲା। ଭିଡ଼କୁ ଦେଖୁ ଦେଖୁ ସେଠାରେ ଥିବା ଲୋକେ ଚିନ୍ତାରେ ପଡ଼ିଗଲେ. ଆଉ ଏଥିରେ ଦଳଚକଟା ଆରମ୍ଭ ହୋଇଗଲା। ଧାଁ ଦୌଡ଼ ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ି ଗଲେ। ଏହି ସମୟରେ ଭିଡ଼ ଭିତରୁ ବାହାରିବା ପ୍ରୟାସରେ କିଛି ଯାତ୍ରୀ ତଳେ ଖସି ପଡିଥିବା ଲୋକଙ୍କୁ ଦଳି ଦେଇଥିଲେ। ଏହି ଘଟଣା ପରେ ଆତଙ୍କିତ ମାହୋଲ ଲାଗି ରହିଥିଲା।

ଘଟଣାର ସୂଚନା ପାଇବା କ୍ଷଣି ଆରପିଏଫ୍‌ ଓ ଜିଆରପି ର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ। କୁହାଯାଉଛି ଯେ, ଜଣେ କି ଦୁଇ ଜଣ ଲୋକଙ୍କୁ ଆଘାତ ଲାଗିଛି। ଅଧିକାରୀଙ୍କ ଅନୁସାରେ ,ଏବେ ସବୁ ଠିକ୍‌ ଅଛି। ଦୁର୍ଘଟଣା କାହିଁକି ହେଲା , ତାହା ଯାଞ୍ଚ କରାଯାଉଛି। ଯାଞ୍ଚ ପର ଠାରୁ ହିଁ କିଛି କୁହାଯାଇ ପାରେ। ବର୍ତ୍ତମାନ ଘଟଣା ସ୍ଥଳୀରେ ସବୁ ଠିକ୍‌ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+