ଆସାମରେ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ;୨ ମୃତ, ୩୮ ପୁଲିସ୍‌ଙ୍କ ସମେତ ୪୫ରୁ ଅଧିକ ଆହତ

ଆସାମରେ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ହିଂସାକାଣ୍ଡ ଘଟିଛି। ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଅଞ୍ଚଳରୁ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ସମୟରେ ଏହି ହିଂସାକାଣ୍ଡ ଘଟିଛି। ହିଂସାକାରୀମାନେ ପରସ୍ପର ଉପରକୁ ଟେକାପଥର ମାଡ କରିଛନ୍ତି। ଏହା ସହିତ ଦୋକାନ ବଜାର ଓ ଗାଡି ପୋଡାଜଳା କରିଛନ୍ତି। ଆସାମର ୱେଷ୍ଟ କର୍ବି ଆଙ୍ଗଲଙ୍ଗ ଓ କର୍ବି ଆଙ୍ଗଲଙ୍ଗ ଜିଲାରେ ଏହି ହିଂସା ଘଟିଛି। ହିଂସାକୁ ନେଇ ପ୍ରଶାସନ ଏହି ଦୁଇ ଜିଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ମାଡ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ହିଂସା ପରିସ୍ଥିତି ସମ୍ବେଦନଶୀଳ ରହିଛି। ଘଟଣାସ୍ଥଳକୁ ଜଣେ ମନ୍ତ୍ରୀଙ୍କୁ ସେ ପଠାଇଛନ୍ତି।

Assam

ଉପରୋକ୍ତ ଦୁଇ ଜିଲାରେ ବିହାରର କେତେକ ଆଦିବାସୀ ବେଆଇନ ଭାବେ ଘର ନିର୍ମାଣ ପୂର୍ବକ ବସବାସ କରୁଥିଲେ। ସେମାନଙ୍କୁ ଉଚ୍ଛେଦ କରିବା ଲାଗି ଆସାମ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବେଆଇନ ନିର୍ମାଣ ହୋଇଥିବା ଅଞ୍ଚଳଟି ଆସାମର ଆଦିବାସୀଙ୍କ ନିମନ୍ତେ ଏକ ସଂରକ୍ଷିତ ଅଞ୍ଚଳ। ବେଆଇନ ନିର୍ମାଣକୁ ହଟାଇବା ଲାଗି ଆସାମ ଆଦିବାସୀ ବ୍ୟାପାର ମନ୍ତ୍ରୀ ରାନୋଜ ପେଗୁ ହସ୍ତକ୍ଷେପ କରିବାରୁ ପ୍ରଶାସନ ଏହାକୁ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଉପସ୍ଥିତିରେ ଉଚ୍ଛେଦ କରିଥିଲା। ସୋମବାର ଏହି ଉଚ୍ଛେଦ ସମୟରେ ହିଂସାକାଣ୍ଡ ଘଟିଥିଲା। ଏହି ହିଂସାରେ ୩ଜଣ ସୁରକ୍ଷାକର୍ମୀଙ୍କ ସହିତ ୮ଜଣ ଆହତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+