ରାହୁଲ ହେବେ ବିରୋଧୀ ଦଳ ନେତା!
ନୂଆଦିଲ୍ଲୀ : ପ୍ରକାଶ ପାଇସାରିଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଫଳାଫଳରେ ବିଜେପି ଦେଶର ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେହପିରି ଇଣ୍ଡିଆ ମେଣ୍ଟ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରିଛି । ତେବେ ଏହାରି ଭିତରେ କେନ୍ଦ୍ରରେ କିଏ ସରକାର ଗଢିବ ଚର୍ଚ୍ଚା ଚାଲିଥିବାବେଳେ ଲୋକ ସଭାରେ ବିରୋଧୀ ନେତା କିଏ ସେନେଇ ଚର୍ଚ୍ଚା ଉଠିଛି ।
ଏହାରିଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇଣ୍ଡିଆ ମେଣ୍ଟ ଲୋକ ସଭାରେ କଂଗ୍ରେସ ନେତା ବିରୋଧୀ ଦଳୀ ନେତା କରିପାରେ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି କି, କଂଗ୍ରେସର ଭିତର ମାହୋଲରେ ଆଲୋଚନା ହେଉଛି କି, ରାହୁଲଙ୍କୁ ସଂସଦରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ଦିଆଯାଉ । ଆଉ ବହୁତ ଶୀଘ୍ର ଏନେଇ ନିଷ୍ପତ୍ତି ବି ନିଆଯିବ ବୋଲି କୁହାଯାଉଛି ।

ଲୋକସଭାରେ କଂଗ୍ରେସର ନେତା ଖୁବ ଶୀଘ୍ର କଂଗ୍ରେସ ସଂସଦୀୟ ଦଳ ବୈଠକରେ ଦାବି କରିଛନ୍ତି । ମାଣିକାମ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ ମୁଁ ମୋର ନେତା ରାହୁଲ ଗାନ୍ଧୀଙ୍କ ନାମରେ ମୋହର ମାରିଛି । ଏଭଳି ପରିସ୍ଥିତିରେ ମୋର ବିଶ୍ୱାସ ଯେ ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସର ନେତା ହେବା ଉଚିତ୍ ।
ମୁଁ ଆଶା କରୁଛି ଅନ୍ୟ କଂଗ୍ରେସ ସାଂସଦମାନେ ମଧ୍ୟ ମୋ ଭଳି ଭାବନ୍ତି । ଆଗକୁ ଦଳ ଯାହା ନେବ ନିଷ୍ପରି । ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ହେଲେ ୧୦ ପ୍ରତିଶତରୁ ଅଧିକ ଆସନ ରହିବା ଆବଶ୍ୟକ । ୨୦୧୪ ରେ କଂଗ୍ରେସ ୪୪ଟି ସିଟ୍ ଜିତିଥିଲା ଏବଂ ୨୦୧୯ ରେ ୫୨ ଟି ସିଟ୍ ଜିତିଥିଲା, କିନ୍ତୁ ଏଥର ଦଳ ୯୯ ଟି ସିଟ୍ ଜିତିଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ lop ହେବାର ସର୍ବାଧିକ ସମ୍ଭାବନା ଅଛି । ନୂରାକସଭା ନିର୍ବାଚନରେ ବିରୋଧୀ ଦଳ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗୁରୁତ୍ୱପୂର୍ଣ ଭୂମିକା ରହିଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications