Get Updates
Get notified of breaking news, exclusive insights, and must-see stories!

ଔଷଧ ଦରରେ ଉଲ୍ଲେଖନୀୟ ବୃଦ୍ଧି ଦାବି କରୁଥିବା ରିପୋର୍ଟ ମିଥ୍ୟା ଓ ବିଭ୍ରାନ୍ତିକର

୨୦୨୪ ଏପ୍ରିଲରୁ ଔଷଧ ଦରରେ ୧୨% ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ଏହି ଦର ବୃଦ୍ଧି ଦ୍ୱାରା ୫୦୦ରୁ ଅଧିକ ଔଷଧ ପ୍ରଭାବିତ ହେବ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି । ଏଭଳି ଖବର ମିଥ୍ୟା, ବିଭ୍ରାନ୍ତିକର ଓ ଭ୍ରମାତ୍ମକ।

ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ (ଡିପିସିଓ) ୨୦୧୩ର ବ୍ୟବସ୍ଥା ଅନୁଯାୟୀ, ଔଷଧଗୁଡ଼ିକୁ ଅନୁସୂଚିତ ଏବଂ ଅଣ-ଅନୁସୂଚିତ ସୂତ୍ରୀକରଣ ବା ଫର୍ମୁଲେସନ୍‌ ଭାବରେ ବର୍ଗୀକୃତ କରାଯାଇଛି। ଡିପିସିଓ ୨୦୧୩ର ଅନୁସୂଚୀ-୧ରେ ତାଲିକାଭୁକ୍ତ ହୋଇଥିବା ସୂତ୍ରୀକରଣଗୁଡିକ ହେଉଛି ଅନୁସୂଚିତ ସୂତ୍ରୀକରଣ ଏବଂ ଡିପିସିଓ ୨୦୧୩ର ଅନୁସୂଚୀ-୧ରେ ନିର୍ଦ୍ଦିଷ୍ଟ ହୋଇନଥିବା ଫର୍ମୁଲେସନଗୁଡିକ ଅଣ-ଅନୁସୂଚୀ ସୂତ୍ରୀକରଣ ଅଟେ ।

medicines are false and misleading

ଔଷଧ ବିଭାଗ ଅଧୀନରେ ଥିବା ନେସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ବାର୍ଷିକ ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲୁପିଆଇ) ଆଧାରରେ ଅନୁସୂଚିତ ଔଷଧର ସର୍ବୋଚ୍ଚ ମୂଲ୍ୟ ସଂଶୋଧନ କରିଥାଏ। ଡିପିସିଓ, ୨୦୧୩ର ଅନୁସୂଚୀ-୧ରେ ଅନ୍ତର୍ଭୁକ୍ତ ଅନୁସୂଚିତ ଔଷଧ ଗୁଡ଼ିକ ଅତ୍ୟାବଶ୍ୟକ ଔଷଧ ଅଟେ । ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୨ର ସମାନ ଅବଧି ତୁଳନାରେ କ୍ୟାଲେଣ୍ଡର ବର୍ଷ ୨୦୨୩ରେ ଆଧାର ବର୍ଷ ୨୦୧୧-୧୨ ସହିତ ଡବ୍ଲୁପିଆଇରେ ବାର୍ଷିକ ପରିବର୍ତ୍ତନ (+) ୦.୦୦୫୫୧% ଥିଲା । ତଦନୁଯାୟୀ, କର୍ତ୍ତୃପକ୍ଷ ୨୦.୦୩.୨୦୨୪ରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଧାରିତ ଔଷଧ ପାଇଁ ଡବ୍ଲୁପିଆଇ ୦.୦୦୫୫୧% ହାରରେ ବୃଦ୍ଧିକୁ ଅନୁମୋଦନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୯୨୩ଟି ଔଷଧର ସର୍ବୋଚ୍ଚ ମୂଲ୍ୟ ଲାଗୁ ହୋଇଛି। ଉପରୋକ୍ତ ଡବ୍ଲୁପିଆଇ ସୂତ୍ର (+) ୦.୦୦୫୫୧% ଆଧାରରେ ୭୮୨ଟି ଔଷଧର ପ୍ରଚଳିତ ସର୍ବୋଚ୍ଚ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ବର୍ତ୍ତମାନର ସର୍ବୋଚ୍ଚ ମୂଲ୍ୟ ୩୧.୦୩.୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ୯୦ ଟଙ୍କାରୁ ୨୬୧ ଟଙ୍କା ପର୍ଯ୍ୟନ୍ତ ସର୍ବୋଚ୍ଚ ମୂଲ୍ୟ ଥିବା ୫୪ଟି (୫୪) ଔଷଧର ମୂଲ୍ୟ ୦.୦୧ ଟଙ୍କା (ଗୋଟିଏ ପଇସା) ବୃଦ୍ଧି ପାଇବ। ଯେହେତୁ ଅନୁମୋଦିତ ମୂଲ୍ୟ ବୃଦ୍ଧି ଅଳ୍ପ ଅଟେ, କମ୍ପାନୀଗୁଡିକ ଏହି ବୃଦ୍ଧିର ଲାଭ ଉଠାଇପାରନ୍ତି କିମ୍ବା କରିନପାରନ୍ତି । ତେଣୁ ୨୦୨୪-୨୫ ଆର୍ଥିକ ବର୍ଷରେ ଡବ୍ଲୁପିଆଇ ଆଧାରରେ ଔଷଧର ସର୍ବୋଚ୍ଚ ମୂଲ୍ୟରେ ପ୍ରାୟ କୌଣସି ପରିବର୍ତ୍ତନ ହେବ ନାହିଁ।

ଡବ୍ଲ୍ୟୁପିଆଇ ବୃଦ୍ଧି ହେଉଛି ଡିପିସିଓ, ୨୦୧୩ ଅନୁଯାୟୀ ଅନୁମୋଦିତ ସର୍ବାଧିକ ବୃଦ୍ଧି । ବଜାର ଗତିଶୀଳତାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଏହି ବୃଦ୍ଧିର ଲାଭ ଉଠାଇପାରିବେ କିମ୍ବା ପାରିବେ ନାହିଁ । କଂପାନିଗୁଡ଼ିକ ସେମାନଙ୍କ ଔଷଧର ସର୍ବୋଚ୍ଚ ମୂଲ୍ୟ ଉପରେ ନିର୍ଭର କରି ସେମାନଙ୍କର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଆଡଜଷ୍ଟ କରନ୍ତି, କାରଣ ଏମଆରପି (ଜିଏସଟି ବ୍ୟତୀତ) ଯେକୌଣସି ମୂଲ୍ୟ ହୋଇପାରେ ଯାହା ସର୍ବୋଚ୍ଚ ମୂଲ୍ୟଠାରୁ କମ୍ ହୋଇପାରେ । ସଂଶୋଧିତ ମୂଲ୍ୟ ୧ ଏପ୍ରିଲ ୨୦୨୪ରୁ ଲାଗୁ ହେବ ଏବଂ ସଂଶୋଧିତ ମୂଲ୍ୟର ବିବରଣୀ www.nppaindia.nic.in ଏନପିପିଏର ୱେବସାଇଟରେ ଉପଲବ୍ଧ ଅଛି ।

ଅଣ-ନିର୍ଦ୍ଧାରିତ ସୂତ୍ରୀକରଣ କ୍ଷେତ୍ରରେ, ଏକ ନିର୍ମାତା ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସ୍ୱାଧୀନ ଅଟନ୍ତି । ତେବେ ଡିପିସିଓ, ୨୦୧୩ର ପାରା ୨୦ ଅଧୀନରେ ଅଣ-ଅନୁସୂଚିତ ସୂତ୍ରୀକରଣର କୌଣସି ନିର୍ମାତା ପୂର୍ବ ୧୨ ମାସ ମଧ୍ୟରେ ଏମଆରପିକୁ ୧୦% ରୁ ଅଧିକ ବୃଦ୍ଧି କରିପାରିବେ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+