Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଲେ ସିଜେଆଇ, ଜାଣନ୍ତୁ ସେହି ତଥ୍ୟ କଣ?

ନୂଆଦିଲ୍ଲୀ: ସୋମବାର (ଜାନୁଆରୀ-୧) ରାମ ମନ୍ଦିର ମାମଲାରେ ହୋଇଥିବା ନିଷ୍ପତ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି ଡି ୱାଇ ଚନ୍ଦ୍ରଚୂଡ । ସେ କହିଛନ୍ତ ଯେ, ଅଯୋଧ୍ୟା ମାମଲାର ବିଚାରପତିମାନେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ ଯେ କିଏ ରାୟ ଲେଖିଛି ତାହା ଉଲ୍ଲେଖ କରାଯିବ ନାହିଁ ।

ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସିଜେଆଇ କହିଛନ୍ତି ଯେ ବିବାଦର ଦୀର୍ଘ ଇତିହାସ ଏବଂ ବିଭିନ୍ନ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଅଯୋଧ୍ୟା ମାମଲାରେ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ ।


ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ କେଉଁ ନିଷ୍ପତ୍ତି ନେଇଥିଲେ?

ଅଯୋଧ୍ୟାର ରାମ ମନ୍ଦିର ମାମଲାରେ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଅବଦୁଲ ନଜିରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଥିଲେ ।

dy chandrachud

ତିନି ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ, ନିର୍ମାଣ ଯୋଜନା ଓ ସମ୍ପତ୍ତି ପରିଚାଳନା ପାଇଁ ସୁପ୍ରିମ୍ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨.୭୭ ଏକର ଜମି ହିନ୍ଦୁମାନଙ୍କୁ ଦିଆଯିବ ବୋଲି ରାୟରେ କୁହାଯାଇଥିଲା । ଏହାର ବିକଳ୍ପ ଭାବେ ମୁସଲମାନମାନଙ୍କୁ ଅନ୍ୟତ୍ର ୫ ଏକର ଜମି ଦିଆଯାଇଥିଲା ।

ଏହା ପରେ ୫ ଅଗଷ୍ଟ ୨୦୨୦ ରେ ରାମ ମନ୍ଦିରର ଭୁମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ସରସଙ୍ଗଚାଲକ ମୋହନ ଭଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାଧୁ ସନ୍ଥ ମାନେ ଅଂଶଗ୍ରହଣ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+