କ୍ଷମା ମାଗିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଶେଷ କରୁଥିବା ବେଳେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍-୧୯ ମହାମାରୀ ଯୋଗୁ ଭର୍ଚୁଆଲ୍ ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଅଦାଲତ କାର୍ଯ୍ୟର ଏକ ସ୍ଥାୟୀ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଥିଲା। ପୂର୍ବତନ ପ୍ରଧାନ ବିଚାରପତି ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁଅ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟା ମନ୍ଦିର ରାୟ ଠାରୁ ଆରମ୍ଭ କରି ଧାରା ୩୭୦ ଉଚ୍ଛେଦ ଭଳି କେତେକ ଐତିହାସିକ ରାୟ ଦେଇଛନ୍ତି ଯାହା ତାଙ୍କୁ ଦେଶବାସୀଙ୍କ ନିକଟରେ ଲୋକପ୍ରିୟ କରାଇପାରିଛି।
ପ୍ରଧାନ ବିଚାରପତି ଭାବେ କାର୍ଯ୍ୟକାଳର ଅନ୍ତିମ ଦିନରେ ଡିୱାଇ ଚନ୍ଦ୍ରଚୂଡ଼ ଖଣ୍ଡପୀଠରୁ ଏକ ବାର୍ତ୍ତା ଦେଇ ବାସ୍ତବତାକୁ ସ୍ୱୀକାର କରିଥିଲେ ଯେ ସେ ଆଉ ଦେଶର ସର୍ବୋଚ୍ଚ ବିଚାରପତି ଭାବେ କାର୍ଯ୍ୟ କରିପାରିବେ ନାହିଁ। ସେ କହିଛନ୍ତି, ଆସନ୍ତାକାଲିଠାରୁ ମୁଁ ନ୍ୟାୟ ଦେଇପାରିବି ନାହିଁ, କିନ୍ତୁ ମୁଁ ସନ୍ତୁଷ୍ଟ ଅଛି।
ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବା ନଥିଲା। ପ୍ରଧାନ ବିଚାରପତି ଏହି ସମୟରେ 'ମିଛାମି ଦୁକ୍କଡମ୍' ବାକ୍ୟାଂଶ ବ୍ୟବହାର କରିଥିଲେ। ଏହାର ଅର୍ଥ ହେଉଛି- "ଯାହା କିଛି ଖରାପ ହୋଇଛି, ତାହା ବୃଥା ହେଇଯାଉ।" ଏହା ଏକ ପ୍ରାଚୀନ ଭାରତୀୟ ପ୍ରାକୃତ ଭାଷାର ଏକ ବାକ୍ୟାଂଶ। ସଂସ୍କୃତରେ ଏହାର ଅନୁବାଦ ହେଉଛି - "ମିଥ୍ୟା ମେ ଦୁଷ୍କୃତମ୍"। ଜୈନ ଧର୍ମରେ ଅନେକ ସମୟରେ ଏହି ବାକ୍ୟାଂଶର ବ୍ୟବହାର କରାଯାଇଥାଏ।
ବିଦାୟକାଳୀନ ସମାରୋହରେ ସେ ପୂର୍ବ ସନ୍ଧ୍ୟା କଥା ମନେ ପକାଇଥିଲେ। ସେ କହିଛନ୍ତି, 'ଯେତେବେଳେ ଗତକାଲି ସନ୍ଧ୍ୟାରେ ମୋ ରେଜିଷ୍ଟ୍ରାର ଜୁଡିସିଆଲ ମୋତେ ପଚାରିଲେ ଯେ ବିଦାୟକାଳୀନ ସମାରୋହ କେତେବେଳେ ଆରମ୍ଭ ହେବା ଉଚିତ? ଏହାର ଉତ୍ତରରେ ମୁଁ କହିଥିଲି ଦିନ ୨ଟା ବେଳେ। କାରଣ ମୋତେ ଏହା ପୂର୍ବରୁ ଅନେକ ମାମଲା ଉପରେ ରାୟ ଦେବାର ଥିଲା। କିନ୍ତୁ ପରେ ମୁଁ ଭାବୁଥିଲି ଯେ, କ'ଣ ଦିନ ୨ଟା ଯାଏଁ କେହି ରହିଥିବେ? ନା ମୁଁ ଏକା ଥିବି।' ଆଇନଜୀବୀ ତଥା ବାର୍ ସଦସ୍ୟମାନେ ପ୍ରଧାନ ବିଚାରପତିଙ୍କ ସହ ସେମାନଙ୍କ ସ୍ମୃତି ବାଣ୍ଟିଲା ବେଳେ ବିଦାୟୀ ପ୍ରଧାନ ବିଚାରପତିଙ୍କ ଆଖିରେ ଲୁହ ଆସିଯାଇଥିଲା। ଟିସୁ ପେପରରେ ସେ ନିଜ ଆଖି ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ପ୍ରକାଶଥାଉକି ନଭେମ୍ବର ୮ରେ CJI ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏହି ସମୟ ମଧ୍ୟରେ, ସେ ଶେଷ ଓ୍ୱାର୍କିଂ ଡେ'ରେ ୭ ଜଣିଆ ଖଣ୍ଡପୀଠରେ ସେ ଯୋଗ ଦେଇଥିଲେ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତା ଉପରେ ମଧ୍ୟ ତାଙ୍କ ରାୟ ଦେଇଥିଲେ। ଏଏମ୍ୟୁ ମାମଲାରେ କୋର୍ଟ ଏହାକୁ ସଂଖ୍ୟାଲଘୁ ମାନ୍ୟତା ପାଇବା ସପକ୍ଷରେ ଥିଲେ
ପ୍ରକାଶଥାଉକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ଭାବରେ ନିଯୁକ୍ତ କରିଛନ୍ତି। ଜଷ୍ଟିସ୍ ଖାନ୍ନା ବର୍ତ୍ତମାନର CJI DY Chandrachudଙ୍କ ସ୍ଥାନ ନେବେ। ଡିଆଓ୍ୱାଇ ଚନ୍ଦ୍ରଚୁଡ ନଭେମ୍ବର ୧୦ରେ ୬୫ ବର୍ଷ ବୟସରେ ଅବସର ନେବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ୧୧ ନଭେମ୍ବର ୨୦୨୪ ରେ ଦାୟିତ୍ୱ ଗ୍ରହଣ କରିବେ।

ବରିଷ୍ଠ ଆଡଭୋକେଟ କପିଲ ସିବଲ କହିଛନ୍ତି ଯେ ସୁପ୍ରିମକୋର୍ଟରେ ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ଆପଣଙ୍କ ପରି ଧୈର୍ଯ୍ୟବାନ ବିଚାରପତିଙ୍କୁ ଦେଖି ନାହିଁ। ଆଇନର ଯେକୌଣସି କ୍ଷେତ୍ରକୁ ଆପଣ ସ୍ପର୍ଶ କରିଛନ୍ତି। 'ଶବ୍ଦରେ ପ୍ରକାଶ କରିବା ବି ଏକ ଯନ୍ତ୍ରଣାଦାୟକ ବିଷୟ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି।












Click it and Unblock the Notifications