ଏସବିଆଇକୁ କଡା ଚେତାବନୀ ଦେଲେ CJI , ଆସନ୍ତାକାଲି ସୁଦ୍ଧା ତଥ୍ୟ ନ ଦେଲେ ଦାୟର ହେବେ ଏହି ମାମଲା
ନୂଆଦିଲ୍ଲୀ: ସୋମବାର ମାର୍ଚ୍ଚ ୧୧, ୨୦୨୪ ସୁପ୍ରିମକୋର୍ଟ ଇଲୋକ୍ଟାରାଲ ବଣ୍ଡ ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କୁ କଡ଼ା ସମାଲୋଚନା କରିଛନ୍ତି । ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ କେବଳ ଏସବିଆଇର ଆବେଦନକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି ବରଂ ଦୃଢ଼ ଚେତାବନୀ ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛି ଯେ ଯଦି ମାର୍ଚ୍ଚ ୧୨, ୨୦୨୪ ସୁଦ୍ଧା ବ୍ୟାଙ୍କ ସବିଶେଷ ତଥ୍ୟ ପ୍ରଦାନ ନକରନ୍ତି ତେବେ ଦେଶର ସବୁଠାରୁ ବଡ କୋର୍ଟ ଏହା ବିରୋଧରେ ଅବମାନନା ମାମଲା ଦାୟର କରିବେ ।
ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, "ଏସବିଆଇ କହିଛି ଯେ ନଗଦ ଟଙ୍କା କରାଇଥିବା ବ୍ୟକ୍ତିଙ୍କ ସୂଚନା ପୃଥକ ଭାବରେ ରଖାଯାଇଛି । ଉଭୟଙ୍କ ସହ ମେଳ ହେବା କଷ୍ଟକର । ୨୦୧୯ ରୁ ୨୦୨୪ ମଧ୍ୟରେ ୨୨ ହଜାରରୁ ଅଧିକ ନିର୍ବାଚନ ବଣ୍ଡ କ୍ରୟ କରାଯାଇଥିଲା । ୨ ସେଟ୍ ରେ ଡାଟା ଥିବାରୁ ମୋଟ ସଂଖ୍ୟା ୪୪ ହଜାରରୁ ଅଧିକ । ଏଭଳି ପରିସ୍ଥିତିରେ ଏହାକୁ ମେଳାଇବାକୁ ଅଧି ସମୟ ଲାଗିବ । ଆମେ ଏସବିଆଇ ର ଆବେଦନକୁ ପ୍ରତ୍ୟାଖ୍ୟାନ କରୁଛୁ । ଦୟାକରି ଆସନ୍ତାକାଲି ଅର୍ଥାତ୍ ୧୨ ମାର୍ଚ୍ଚ ସୁଦ୍ଧା ତଥ୍ୟ ଦିଅନ୍ତୁ ।
ଆଉ ନିର୍ବାଚନ ଆୟୋଗ ଏହାକୁ ମାର୍ଚ୍ଚ ୧୫, ୨୦୨୪ ସୁଦ୍ଧା ପ୍ରକାଶ କରିବେ । ଆମେ ବର୍ତ୍ତମାନ ଏସବିଆଇ ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ କିନ୍ତୁ ଯଦି ଏହାକୁ ଏସବିଆଇ ଅନୁସରଣ ନକରେ ତେବେ ତେବେ ଆମେ ଏସବିଆଇ ବିରୋଧରେ ଏକ ଅବମାନନା ମାମଲା ଦାଖଲ କରିବୁ ।

ସୂଚନାନୁସାରେ ଫେବୃଆରୀ ୧୫ ରେ, ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କେନ୍ଦ୍ରର ନିର୍ବାଚନୀ ବଣ୍ଡ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ । ନିର୍ବାଚନ ବଣ୍ଡ ଯୋଜନାର ଏକମାତ୍ର ଆର୍ôଥକ ପ୍ରତିଷ୍ଠାନ ଏସବିଆଇ ବ୍ୟାଙ୍କକୁ ୧୨ ଏପ୍ରିଲ ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତଥା ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ ବଣ୍ଡ କ୍ରୟ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications