ଓକିଲଙ୍କ ଉପରେ ଚିଡିଗଲେ ସିଜେଆଇ, କହିଲେ...

ନୂଆଦିଲ୍ଲୀ : ରାଗିଗଲେ, ଓକିଲଙ୍କୁ ଉଚ୍ଚ ସ୍ୱରରେ କଥା ନ କହିବାକୁ ତାଗିଦ କଲେ ସିଜେଆଇ । କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ଜଣେ ଓକିଲ ଏପରି ଆଚରଣ କରିଥିଲେ ଯେ ଯେଉଁ କାରଣରୁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ତାଙ୍କ ଉପରେ ରାଗିଯାଇଉନ୍ତି ଏବଂ ଆଓ୍ବାଜ୍‌ ତଳକୁ କରିବାକୁ ସିଜେଆଇ କହିଛନ୍ତି। ଓକିଲ ତାଙ୍କ ମତ ରଖିବାକୁ ଯାଇ ଉଚ୍ଚ ସ୍ବରରେ କହୁଥିଲେ, ଯେଉଁଥିରେ ସିଜେଆଇ ରାଗିଯାଇଥିଲେ।

କିଲ ଜଣଙ୍କ ଉଚ୍ଚ ସ୍ୱରରେ ବାରମ୍ବାର ଶୁଣାଣିରେ ହସ୍ତକ୍ଷେପ କରିବାରୁ ତାଙ୍କ ଉପରେ ଚିଢ଼ି ଯାଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼। ତାଙ୍କୁ ସେ ସ୍ୱର କମ କରିବାକୁ ତାଗିଦ କରିବା ସହ ସେ ବିଚାରପତିଙ୍କୁ ସମ୍ବୋଧନ କରୁଛନ୍ତି ନା କୋର୍ଟ ବାହାରେ ଥିବା ଗ୍ୟାଲେରୀକୁ ସମ୍ବୋଧନ କରୁଛନ୍ତି ବୋଲି ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ଅତ୍ୟନ୍ତ କ୍ଷୁବ୍ଧ ହୋଇ ପ୍ରଶ୍ନ କରିଛନ୍ତି। କୋଲକାତା ହରର ଶୁଣାଣି କରୁଥିବା ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ମନୋଜ ମିଶ୍ରା ଓ ଜଷ୍ଟିସ ଜେବି ପାରଡିୱାଲା ମଧ୍ୟ ରହିଛନ୍ତି।

CJI D Y Chandrachud raps SC advocate for raising voice

ଶୁଶାଣି ଚାଲିଥିବା ବେଳେ ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ ଯେ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଘଟଣା ବିରୋଧରେ ହେଉଥିବା ବିକ୍ଷୋଭ ଉପରକୁ ଆଇନଜୀବୀ ପଥର ମାଡ଼ କରୁଥିବାର ଫଟୋ ଭିଡିଓ ତାଙ୍କ ପାଖରେ ରହିଛି। ଉକ୍ତ ଆଇନଜୀବୀ ଜଣଙ୍କ ହେଲେ କୌସ୍ତବ ବାଗଚି। ସେ ଜଣେ ବିଜେପି ନେତା। ଚଳିତ ବର୍ଷ ସେ କଂଗ୍ରେସରୁ ବିଜେପିକୁ ଆସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+