ଆଇନଜୀବୀଙ୍କୁ ଚେୟାରରେ ବସି ବିତର୍କ କରିବାକୁ କହିଲେ CJI, ଭାଙ୍ଗିଲା ନ୍ୟାୟିକ ପରମ୍ପରା
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ସର୍ବଦା ହେଡଲାଇନରେ ରହୁଛନ୍ତି । ନିକଟରେ ତାଙ୍କର ଭାରତ ଭ୍ରମଣ ପାଇଁ ଚର୍ଚ୍ଚାରେ ଥିଲେ । କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବେଳେବେଳେ ସେ ଥଣ୍ଡା ମିଞ୍ଜାସରେ ରୁହନ୍ତି ଏବଂ ବେଳେବେଳେ ସେ ମଧ୍ୟ ଆକ୍ରୋଶ ମଧ୍ୟ ଦେଖାଯାଇଥାନ୍ତି ।
ତେବେ ଏଥର ତାଙ୍କର ଉଦାର ମନୋଭାବ ଯୋଗୁ ସେ ଖବରରେ ଅଛନ୍ତି । ସିଜେଆଇ ନ୍ୟାୟିକ ପରମ୍ପରା ଭାଙ୍ଗିଛନ୍ତି । ପ୍ରକୃତରେ ଜଣେ ବରିଷ୍ଠ ଆଇନଜୀବୀ ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ । ଏହା ପରେ ସିଜେଆଇ କୋର୍ଟ ପରିସରରେ ଚେୟାରରେ ବସି ତାଙ୍କୁ ବିତର୍କ କରିବାକୁ ପ୍ରସ୍ତାବ ଦେଇଥିଲେ । ନ୍ୟାୟିକ ପରମ୍ପରାରେ ସାଧାରଣତଃ ଏହା ହୋଇ ନ ଥାଏ ।

କୋର୍ଟର ପରମ୍ପରା ହେଉଛି ଆଇନଜୀବୀମାନେ ଠିଆ ହୋଇ ଏକ ସଭ୍ୟ ଢଙ୍ଗରେ କୌଣସି ମାମଲାରେ ବିଚାରପତିଙ୍କ ଆଗରେ ଯୁକ୍ତି କରିଥାନ୍ତିି । କିନ୍ତୁ ମଙ୍ଗଳବାର ସିଜେଆଇ ଚନ୍ଦ୍ରଚୂଡ ସାତଜଣିଆ ବେଞ୍ଚର ନେତୃତ୍ୱ ନେଉଥିବାବେଳେ ବରିଷ୍ଠ ଓକିଲ ରାଜୀବ ଧାୱନଙ୍କୁ ଚେୟାରରେ ବସି ଯୁକ୍ତିତର୍କ କରିବାକୁ କହିଥିଲେ ।
ଏପରିକି ପ୍ରଧାନ ବିଚାରପତି ଧାୱନଙ୍କୁ କହିଥିଲେ ଯଦି ଆବଶ୍ୟକ ହୁଏ କିମ୍ବା ଯଦି ସେ ଅଧିକ ଆରାମଦାୟକ ପରିସ୍ଥିତି ଚାହାନ୍ତି, ତେବେ ସେ ତାଙ୍କ ଚାମ୍ବରରୁ ଏକ ଚେୟାର ଅର୍ଡର କରିପାରିବେ ଏବଂ ସେଥିରେ ବସି ଶୁଣାଣିରେ ଅଂଶଗ୍ରହଣ କରିପାରିବେ । ଏକ ଶୁଣାଣି ସମୟରେ ଏହି ରୋଚକ ଘଟଣା ଘଟିଥିଲା ।












Click it and Unblock the Notifications