ପ୍ରକାଶ ପାଇଲା ୨୦୨୩ UPSC ରେଜଲ୍ଟ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ୱିତୀୟ ସ୍ଥାନରେ ରହିଲେ ଓଡ଼ିଶାର ଅନିମେଶ ପ୍ରଧାନ
ନୂଆଦିଲ୍ଲୀ: ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଡି. ଅନନ୍ୟା ରେଡ୍ଡି ତୃତୀୟ ସ୍ଥାନ ଗ୍ରାହଣ କରିଥିବା ବେଳେ ଚତୁର୍ଥ ସ୍ଥାନରେ ପିକେ ସିଦ୍ଧାର୍ଥ ରହିଛନ୍ତି । ସେହିପରି ପଞ୍ଚମ ସ୍ଥାନରେ ରହିଛନ୍ତି ରୁହାନୀ, ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି ।
ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ ପରୀକ୍ଷା ୨୦୨୩ ମେ ୨୮ ରେ ଅନୁଷ୍ଠିତ ହୋଇଥିଲା । ପ୍ରେଲିମସ ରାଉଣ୍ଡ କ୍ଲିୟର କରିଥିବା ପ୍ରାର୍ଥୀମାନେ ସେପ୍େଟମ୍ବର ୧୫, ୧୬, ୧୭, ୨୩, ଏବଂ ୨୪, ୨୦୨୩ ରେ ଦୁଇଟି ସିଫ୍ଟରେ ହେବାକୁ ଥିବା ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ । ସିଏସଇ ୨୦୨୩ ର ସାକ୍ଷାତକାର କିମ୍ବା ବ୍ୟକ୍ତିତ୍ୱ ପରୀକ୍ଷା ଜାନୁୟାରୀ ୨ ରୁ ଏପ୍ରିଲ ୯ ମଧ୍ୟରେ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।

ଆଇଏଏସ, ଆଇଏଏଫଏସ ଏବଂ ଆଇପିଏସ ସମେତ ୧୧୪୩ ପଦବୀ ପାଇଁ ୧୦୧୬ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ସେଥିମଧ୍ୟରୁ ୩୪୭ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୧୧୫ ଜଣ ଇଡବ୍ଲୁଏସ, ୩୦୩ ଜଣ ଓବିସି, ୧୬୫ ଜଣ ଏସସି ଏବଂ ୮୬ ଜଣ ଏସଟି ବର୍ଗର ରହିଛନ୍ତି ।












Click it and Unblock the Notifications