ମୋଦି ସରକାରଙ୍କ ଉପରେ ବର୍ଷିଲା ଆମେରିକା, କହିଲା CAA ...
ନୂଆଦିଲ୍ଲୀ: ମିଳିତ ଜାତିସଂଘ ଏବଂ ଆମେରିକା ଭାରତରଳ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)କୁ ନେଇ ଉଦବେଗ ପ୍ରକାଶ କରିଛି । ମିଳିତ ଜାତିସଂଘ CAA କୁ ଭେଦଭାବକାରୀ ବୋଲି ବର୍ଣ୍ଣନା କରିଥିବାବେଳେ ଆମେରିକା କହିଛି, ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି । ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି, ମାର୍ଚ୍ଚ ୧୧ରେ ଜାରି କରାଯାଇଥିବା CAA ବିଜ୍ଞପ୍ତି ଯୋଗୁ ଆମେ ଚିନ୍ତିତ ରହିଛୁ ।
ସେଠାରେ କିପରି ଏହାକୁ କାର୍ଯ୍ୟକାରୀ କରାଯିବ ସେନେଇ ଆମେ ସମଗ୍ର ବିଷୟକୁ ଗଭୀର ଭାବରେ ବିଶ୍ଳେଷଣ କରୁଛୁ । ଧାର୍ମିକ ସ୍ୱାଧୀନତାକୁ ସମ୍ମାନ ଦେବା ଏବଂ ଆଇନ ଅନୁଯାୟୀ ସମସ୍ତ ସମ୍ପ୍ରଦାୟକୁ ସମାନ ବ୍ୟବହାର କରିବା ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି । କେବଳ ଏତିକି ନୁହେଁ, ମାନବାଧିକାର କର୍ମୀ ଏବଂ ସେମାନଙ୍କ ସହ ଜଡିତ ସଂଗଠନଗୁଡିକ ମଧ୍ୟ ଭାରତରେ ଲାଗୁ ହୋଇଥିବା ସିଏଏ ଆଇନ ଦ୍ୱାରା ଟାର୍ଗେଟ କରୁଛନ୍ତି ।

ହ୍ୟୁମାନ ରାଇଟ୍ସ ୱାଚ ଏବଂ ଆମନେଷ୍ଟି ଇଣ୍ଟରନ୍ୟାସନାଲ CAAକୁ ମୁସଲମାନମାନଙ୍କ ପ୍ରତି ଭେଦଭାବ ବୋଲି ଦର୍ଶାଇଛି । ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୧, ୨୦୧୯ ରେ ଭାରତର ସଂସଦରେ CAA ପାରିତ ହୋଇଥିଲା । । ଏହି ବିଲ୍ ରାଷ୍ଟ୍ରପତିଙ୍କ ଦ୍ୱାରା ୧୨ ଡିସେମ୍ବର ୨୦୧୯ ରେ ଅନୁମୋଦନ କରାଯାଇଥିଲା ।
କେନ୍ଦ୍ର ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ମାଧ୍ୟମରେ ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ, ଭାରତର ପଡୋଶୀ ଦେଶ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଛାଡି ହିନ୍ଦୁ ଏବଂ ଶିଖ ସମେତ ଅନ୍ୟ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ ।
ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ CAA ଆଇନ କାର୍ଯ୍ୟକାରୀ ହୋଇପାରେ ବୋଲି ଏକ ସମ୍ଭାବନା ଥିଲା, ଆଉ ତାହା ହିଁ ଘଟିଲା । ଖୁବ ଶୀଘ୍ର ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏହାର କିଛି ମାସ ପୂର୍ବରୁ, ମାର୍ଚ୍ଚ ୧୧ ରେ, କେନ୍ଦ୍ର ସରକାର ଏହି ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ ।












Click it and Unblock the Notifications