ଦୁଇରୁ ଅଧିକ ପିଲା ଥିବା ନାଗରିକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ , ଏହି ରାଜ୍ୟରେ ଲାଗୁ ହେବ ନିୟମ

ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ ଭାରତୀୟ ନାଗରିକ। ବର୍ତ୍ତମାନ ସୁଦ୍ଧା ଦେଶରେ ଏହି ନିୟମ ରହିଛି। ହେଲେ ଏହାକୁ ବଦଳାଇବାକୁ ଯାଉଛି ଆନ୍ଧ୍ରପ୍ରଦେଶ।

CHANRABABU NAIDU

ଆନ୍ଧ୍ର ସରକାର ଏହାର ବିପରୀତି ନିୟମ ଆଣିବାକୁ ଯାଉଛନ୍ତି। ଅର୍ଥାତ ଦୁଇରୁ କମ ସନ୍ତାନ ଥିଲେ ଏଣିକି ରାଜ୍ୟର ବାସିନ୍ଦା ନିର୍ବାଚନ ଲଢ଼ିପାରିବେ ନାହିଁ। ୨ରୁ ଅଧିକ ସନ୍ତାନ ଥିବା ଆଶାୟୀ ହିଁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦେବା ଉପରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ବିଗତ ୩ ଦଶନ୍ଧି ଧରି ରାଜ୍ୟରେ ବଳବତ୍ତର ଥିବା ଆଇନକୁ କିଛି ମାସ ତଳେ ସରକାର ପ୍ରତ୍ୟାହାର କରିନେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଏପରି ମନ୍ତବ୍ୟ ଦେଇଛନ୍ତି। ନାଇଡୁ କହିଚନ୍ତି ଯେ, ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବଢୁଥିବାରୁ ତେଲୁଗୁବାସୀ ଅଧିକ ସନ୍ତାନ ଜନ୍ମ ଦେବା ଉଚିତ। ନାଇଡୁଙ୍କ ଏପରି ମନ୍ତବ୍ୟ ପରେ ତାମିଲନାଡୁ ସରକାର ବି ଅନୁରୂପ ମନ୍ତବ୍ୟ ଦେଇଛନ୍ତି।

ମକର ସଂକ୍ରାନ୍ତ ଅବସରରେ ନାଇଡୁ ନିଜ ଗ୍ରାମ ନରଭାରିପଲ୍ଲେରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ କହିଥିଲେ, ଆମର ଆଇନ ଥିଲା ଯେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେନି। କିନ୍ତୁ ବର୍ତ୍ତମାନ ଯେଉଁମାନଙ୍କର ଦୁଇରୁ କମ ସନ୍ତାନ ଅଛନ୍ତି ସେମାନେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ସମ୍ପୂର୍ଣ୍ଣ ପ୍ରଜନନ ହାର ବା ଟୋଟାଲ ଫର୍ଟିଲିଟି ରେଟ(ଟିଏଫଆର) ଜାତୀୟ ହାରଠାରୁ କମ ରହିଛି। ଜାତୀୟ ସ୍ତରରେ ଟିଏଫଆର ୨.୧ ଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଏହା ୧.୭୩ ରହିଛି। ଅନ୍ୟପଟେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଏହା ଜାତୀୟ ହାରଠୁ ଅଧିକ ଅର୍ଥାତ ୨.୪ ରହିଛି।

ନାଇଡ କହିଛନ୍ତି ଯେ, ଜାପାନ, କୋରିଆ ଏବଂ ଅନେକ ୟୁରୋପୀୟ ଦେଶଗୁଡ଼ିକରେ ଟିଏଫଆର କମ୍‌ ରହିଥିବାରୁ ପରିବାର ନିୟୋଜନ ଯୋଜନାରେ ପରିବର୍ତ୍ତନ କରୁଛନ୍ତି। ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢୁଥିବାରୁ ସେହି ଦେଶଗୁଡ଼ିକ ଭାରତୀୟମାନଙ୍କୁ ନିଜ ଦେଶକୁ ଆମନ୍ତ୍ରଣ କରୁଛନ୍ତି। ଏଥିପାଇଁ ଅନେକ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ଏପରି ସ୍ଥଳେ ଭାରତ ପାଇଁ ଏହା ମଧ୍ୟ ଏକପ୍ରକାର ସତର୍କ ସୂଚନା ପରି। ଆଉ କିଛି ବର୍ଷ ପରେ ଭାରତ ବି ସମାନ ସମସ୍ୟାର ସମ୍ମୁଖୀନ ହେବ। ତେଣୁ ପରିସ୍ଥିତି ଅନୁସାରେ ଆମେ ଯଦି ଠିକ୍‌ ଯୋଜନା ଆପଣାଇବା, ତେବେ ୨୦୪୭ ସୁଦ୍ଧା ଭାରତ ବଡ଼ ଜନସଂଖ୍ୟାଗତ ଲାଭାଂଶ ପାଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+