ସଂସଦ ସୁରକ୍ଷାରେ ନିୟୋଜିତ ହେଲେ ସିଆଇଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷା ଦାୟିତ୍ବ ପରିବର୍ତ୍ତନ ସଂକ୍ରାନ୍ତରେ ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି। ଏହି ନିର୍ଦ୍ଦେଶାନୁସାରେ ଆଜି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍‌ଏଫ୍‌) ସଂସଦୀୟ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି।

Parliament

ଜଣେ ଡେପୁଟି ଇନ୍‌ସପେକ୍ଟର ଜେନେରାଲ୍‌ (ଡିଆଇଜି)ଙ୍କ ନେତୃତ୍ବରେ ୧୫୦୦ ସିଆଇଏସ୍‌ଏଫ୍‌ ଯବାନ ସଂସଦ ଭବନର ସୁରକ୍ଷା ଦାୟିତ୍ବ ନେଇଛନ୍ତି। ଏହାପୂର୍ବେ ସଂସଦ ଭବନର ଭିତର କ୍ଷେତ୍ରରେ କେନ୍ଦ୍ରୀୟ ସୁରକ୍ଷା ନିମନ୍ତେ ସିଆର୍‌ପିଏଫ୍‌ ଓ ସଂସଦ ଭବନ ବାହାର କ୍ଷେତ୍ରରେ ଦିଲ୍ଳୀ ପୁଲିସ କର୍ମଚାରୀ ମୁତୟନ ‌ହୋଇଥିଲେ। ଉଭୟ ଏବେ ଦାୟିତ୍ବରୁ ହଟିଯାଇଛନ୍ତି।

ସଂପ୍ରତି ମୁତୟନ ହୋଇଥିବା ସିଆଇଏସ୍‌ଏଫ୍‌ ଯବାନ ସଂସଦ ଭବନ ଭିତରେ ଥିବା ବାରାକ୍‌ରେ ରହିବେ। ଏକ ସ୍ବତନ୍ତ୍ର ଅଗ୍ନିଶମ ୟୁନିଟ୍‌ ଓ ସଂସଦ ଆଭ୍ୟନ୍ତର କ୍ଷେତ୍ରର ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଭାବେ ଗଠନ କରାଯାଇଥିବା ପାର୍ଲାମେଣ୍ଟ ସେକ୍ୟୁରିଟି ସର୍ଭିସ୍‌ (ପିଏସ୍‌ଏସ୍‌)ର ଯବାନମାନେ ସିଆଇଏସ୍‌ଏଫ୍‌ ଯବାନଙ୍କୁ ସହାୟତା କରିବେ। ସୂଚନାଯୋଗ୍ୟ, ୧୩ ଡିସେମ୍ବର ୨୦୨୩ରେ ସଂସଦ ସୁରକ୍ଷା ଭଙ୍ଗ ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ସଂସଦର ତିନିଟି ସୁରକ୍ଷା ବଳୟକୁ ଭେଦ କରି ସଂସଦ ମଧ୍ୟରେ ପ୍ରବେଶ କରିଥିଲେ ଓ ଶୂନ୍ୟକାଳରେ ଦର୍ଶକ ଗ୍ୟାଲେରିରୁ ଗୃହମଧ୍ୟକୁ ଧୂଆଁ ବୋମା ଫିଙ୍ଗିଥିଲେ। ୨୦ ଡିସେମ୍ବର ୨୦୨୩ରେ ଗୃହମନ୍ତ୍ରଣାଳୟ ସଂସଦ ଭବନର ସୁରକ୍ଷା ସର୍ଭେ କରିବାକୁ ସିଆଇଏସ୍‌ଏଫ୍‌କୁ ନିର୍ଦ୍ଦେଶ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+