CISCE Result 2024: ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ, ବଢ଼ିଛି ପାସ୍ ହାର

କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ଆଜି ସିଆଇଏସ୍‌ସିଇ ପକ୍ଷରୁ ପ୍ରକାଶ ପାଇଛି। ଛାତ୍ରୀଛାତ୍ର cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।

CISCE Result 2024

ଏହି ବର୍ଷ ମୋଟ ୯୮,୦୮୮ ଛାତ୍ରୀଛାତ୍ର ଆଇଏସ୍‌ସି ଦ୍ୱାଦଶ ଫଳାଫଳରେ ସଫଳତା ହାସଲ କରିଛନ୍ତି। ପାସ ପ୍ରତିଶତ ୯୮.୧୯ ରହିଛି। ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାରେ ସମୁଦାୟ ୯୯,୯୦୧ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଚଳିତ ବର୍ଷ ମୋଟ ୨,୪୨,୩୨୮ ଛାତ୍ରୀଛାତ୍ର ଆଇସିଏସ୍‌ଇ ଦଶମ ଫଳାଫଳ ପାସ କରିଛନ୍ତି ଏବଂ ଏହି ହାର ୯୯.୪୭% ରେକର୍ଡ କରାଯାଇଛି। ଦଶମ ପରୀକ୍ଷାରେ ସମୁଦାୟ ୨,୪୩,୬୧୭ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ। ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ଲାଗି ୧,୦୦୦ ଟଙ୍କା ଥିବା ବେଳେ ରିଭାଲୁଏଶନ ନିମନ୍ତେ ୧,୫୦୦ ଟଙ୍କା ରହିଛି। ତେବେ ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ରିଚେକିଂ ପାଇଁ ଆବେଦନ କରିପାରିବେ। ଏହାପରେ ୪ ସପ୍ତାହ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ। ସେହିଭଳି ରିଭାଲୁଏଶନ ପାଇଁ ରେଜଲ୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ।

ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶର କମ୍ପାର୍ଟମେଣ୍ଟ ପରୀକ୍ଷା ଚଳିତବର୍ଷଠାରୁ ବନ୍ଦ ହୋଇଯାଇଛି। ଯେଉଁ ଛାତ୍ରୀଛାତ୍ର ସେମାନଙ୍କ ମାର୍କ/ଗ୍ରେଡ୍‌ରେ ଉନ୍ନତି ଚାହୁଁଥିବେ ସେମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। କିନ୍ତୁ ତାହା ସର୍ବାଧିକ ଦୁଇଟି ବିଷୟରେ ଦେଇହେବ। ଏହି ଏକ୍‌ଜାମିନେଶନ ଜୁଲାଇରେ ଅନୁଷ୍ଠିତ ହେବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+