ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ଫାଇଦେଲେ କର୍ମଚାରୀ , ଏବେ ଚାଲିଛି CID ତଦନ୍ତ
ଭାରତରେ ସିଙ୍ଗଡାର ଏକ ପ୍ରକାର କ୍ରେଜ ଭିନ୍ନ ସ୍ତରରେ ରହିଛି । ହୋଟେଲ ଠାରୁ ରାସ୍ତା କଡରେ, ଆପଣ ଲୋକମାନଙ୍କୁ ସିଙ୍ଗଡ଼ା ଖାଉଥିବା ଦେଖିବେ । କିନ୍ତୁ ଆପଣ ଭାବିଛନ୍ତି କି ସିଙ୍ଗଡ଼ା ସମଗ୍ର ପୋଲିସ ପ୍ରଶାସନର ନିଦ ହଜାଇ ଦେଇପାରେ ? କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ମଧ୍ୟ ଏଭଳି ଘଟଣା ଘଟିଛି। ସିଙ୍ଗଡ଼ା ହେତୁ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ରାଜ୍ୟ ସିଆଇଡି ଏହାର ଅନୁସନ୍ଧାନ କରୁଛି।

ପ୍ରକୃତ କଥାଟି ହେଲା, ଗତ ଅକ୍ଟୋବର ୨୧ ତାରିଖରେ ରାଜ୍ୟ ସିଆଇଡି ଅଫିସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରୁ ସିଙ୍ଗଡା ଓ କେକ୍ ଅଣାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଖାଇବା ସମୟରେ ଖାଦ୍ୟ ନ ଥିଲା । ଯାହା ପରେ ସିଆଇଡି କର୍ତ୍ତୃପକ୍ଷ ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ ।
ଭୁଲବସତଃ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସିଙ୍ଗଡା ଓ କେକ ସେଠାରେ ଉପସ୍ଥିତ ଷ୍ଟାଫମାନଙ୍କୁ ବଣ୍ଟାଯାଇଥିବା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିଲା । ଏହି ଘଟଣାଟି ଏବେ ରାଜ୍ୟ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସିଆଡି ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ଖାଦ୍ୟ ଜଣେ ମହିଳା ଅଧିକାରୀଙ୍କୁ ସର୍ଭ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ସେ କାହାରିକୁ ନ ପଚାରି ସେ ଖାଦ୍ୟକୁ ଅନ୍ୟ ଷ୍ଟାଫଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଘଟଣାଟିରେ ପ୍ରଶାସନିକ ତ୍ରୁଟି ଜଣାପଡୁଥିବାବେଳେ ସିଆଇଡି ରିପୋର୍ଟ ମୁତାବକ ଏହା ସରକାରୀ ବିରୋଧରୀ କାର୍ଯ୍ୟ । ଯାହାକୁ ନେଇ ଘଟଣାଟି ଏବେ ଗମ୍ଭୀର ରୂପ ଧାରଣ କଲାଣି । ଘଟଣା ସମ୍ପର୍କରେ ରାଜ୍ୟ ସରକାର ସିଆଇଡିକୁ ପଚରା ଉଚରା କରିବା ପରେ ସମାନ ଘଟଣା ଭବିଷ୍ୟତରେ ନ ଘଟିବା ଲାଗି ପରାମର୍ଶ ଦେଇଛନ୍ତି ।












Click it and Unblock the Notifications