Get Updates
Get notified of breaking news, exclusive insights, and must-see stories!

ଆଦିବାସୀ ଓ ଖ୍ରୀଷ୍ଟିଆନ ସମୁଦାୟ ମଧ୍ୟରେ ଉତ୍ତେଜନା,ପୋଡ଼ିଦେଲେ ଚର୍ଚ୍ଚ

ଛତିଶଗଡ଼ର କା‌ଙ୍କେର ଜିଲ୍ଲାରେ ଗୁରୁବାର ଏକ ବିବାଦୀୟ କବରକୁ ନେଇ ଆଦିବାସୀ ଓ ଖ୍ରୀଷ୍ଟିଆନ ସମୁଦାୟ ମଧ୍ୟରେ ଉତ୍ତେଜନା ହିଂସାରେ ପରିଣତ ହେବା ସହିତ ଦୁଇଟି ଚର୍ଚ୍ଚ ପୋଡ଼ି ଦିଆଯାଇଛି। ଏହି ସମୟରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷ ଘଟି ଅନେକ ଲୋକ ଆହତ ହୋଇଛନ୍ତି।

ରାୟପୁରଠାରୁ ୧୫୦ କିମି ଦୂର ବଡ଼େ ତେୱଡା ଗ୍ରାମପଞ୍ଚାୟତର ସରପଞ୍ଚ ରାଜମନ ସଲାମଙ୍କ ବାପା ୭୦ ବର୍ଷୀୟ ଚାମରାରାମ ସଲାମଙ୍କ ମୃତ୍ୟୁ ପରେ ତାଙ୍କୁ ଏକ ଘରୋଇ ଜମିରେ କବର ଦିଆଯିବାକୁ ନେଇ ବିବାଦ ଦେଖାଯାଇଥିଲା। ଚାମରାରାମ ଅସୁସ୍ଥ ଥିଲେ ଓ ଡିସେମ୍ବର ୧୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ତେବେ ସ୍ଥାନୀୟ ଲୋକ ସରପଞ୍ଚଙ୍କ ପରିବାର ଖ୍ରୀଷ୍ଟିଆନ ହୋଇଯାଇଥିବାରୁ ଆଦିବାସୀ ରୀତିନୀତିରେ ଅନ୍ତ୍ୟେଷ୍ଟି ନ କରି ଲୁଚାଛପାରେ ଖ୍ରୀଷ୍ଟିଆନ ପ୍ରଥା ଅନୁଯାୟୀ କରିଥିବା ଦାବି କରିଥିଲେ।

‌ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟ୍ ଗୁରୁବାର କବର ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ ଏବଂ ମୃତଦେହ ବ୍ୟବଚ୍ଛେଦ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପକ୍ଷର ଗଣ୍ଡଗୋଳ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଥିବା ପୁଲିସ ସୂଚନା ଦେଇଛି।

Chhattisgarh

ବୁଧବାରଠାରୁ ଗାଁରେ ଉତ୍ତେଜନା ‌ଲାଗି ରହିଛି। ପଥର ମାଡ଼ ଯୋଗୁ ୨୦ରୁ ଅଧିକ ପୁଲିସ ଓ ଗ୍ରାମବାସୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ପୁଲିସ ଏଏସ୍‌ପି ମଧ୍ୟ ଅଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳ ଯୋଗୁଁ ଦୁଇଟି ଚର୍ଚ୍ଚ ପୋଡ଼ି ଦିଆଯାଇଥିବାବେଳେ ଖ୍ରୀଷ୍ଟିଆନ ସମୁଦାୟ ଲୋକଙ୍କ ଘର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ନିୟନ୍ତ୍ରଣକୁ ଆଣିବାକୁ ଲାଠିଚାର୍ଜ କରିଥିଲା। ଜିଲ୍ଲାପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+