ବିଜେପିରେ ସାମିଲ ହେବାରୁ ଗଲା ପଦବୀ
Keral BJP News: ନିକଟରେ କେରଳର ଜଣେ ଚର୍ଚ୍ଚ ପାଦରି ବିଜେପିରେ ଯୋଗ ଦେଇଥିଲେ ହେଲେ କିଛି ସମୟ ପରେ ତାଙ୍କୁ ଚର୍ଚ୍ଚ ନିଜ ପଦବୀରୁ ହଟାଇ ଦେଇଥିଲା । ବିଜେପିରେ ଯୋଗଦେବାର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । କେରଳର ଇଡୁକିରେ ଥିବା ସିରୋ-ମାଲାବାର ଚର୍ଚ୍ଚର କାମ କରୁଥିବା ଜଣେ କ୍ୟାଥୋଲିକ୍ ପାଦରିଙ୍କୁ ତାଙ୍କ ପଦ ଓ ଦାୟିତ୍ୱରୁ ହଟାଇ ଦିଆଯାଇଛି।
ଫାଦର କୁରିୟାକୋସ୍ ମଟମ୍ ସୋମବାର ଗାନ୍ଧି ଜୟନ୍ତୀ ଅବସରରେ ବିଜେପିରେ ଯୋଗ ଦେଇଥିଲେ। ସେ ଇଡୁକି ଜିଲ୍ଲା ସଭାପତି କେ.ଏସ୍ ଅଜିଙ୍କ ଠାରୁ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ସେ ବିଜେପିରେ ଯୋଗଦେବା ମାତ୍ରେ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଚର୍ଚ୍ଚ ପକ୍ଷରୁ କୁହାଯାଇଥିଲା ଯେ, ସେଣ୍ଟ ଥୋମସ ଚର୍ଚ୍ଚରେ ଫାଦର କୁରିୟାକୋସ୍ ମଟମଙ୍କୁ ନିଜ ପଦରୁ ହଟାଇ ଦିଆଯାଇଛି । ଚର୍ଚ୍ଚର ଜଣେ ମୁଖପାତ୍ର ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, ଆଇନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେ କହିଛନ୍ତି ଯେ ଚର୍ଚ୍ଚର କୌଣସି ଫାଦର ରାଜନୈତିକ ଦଳରେ ଯୋଗ ଦେଇ ପାରିବେ ନାହିଁ କିମ୍ବା ସେ ସକ୍ରିୟ ଅଂଶଗ୍ରହଣ କରିପାରିବେ ନାହିଁ । ଏଥି ସହିତ, ଚର୍ଚ୍ଚ ସୂତ୍ରରୁ ପ୍ରକାଶ ଯେ, 74 ବର୍ଷିୟ ଫାଦପ କିଛି ମାସ ମଧ୍ୟରେ ଅବସର ନେଇଥାନ୍ତେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫାଦର ବିଜେପିରେ ଯୋଗ ଦେଇଥିଲେ ଯେଉଁ ସମୟରେ ମଣିପୁର ହିଂସାକୁ ନେଇ କ୍ୟାଥୋଲିକ ଚର୍ଚ୍ଚ ଦଳ ଉପରେ ଆକ୍ରମଣ କରାଯାଉଥିଲା । ବିଜେପି ନେତା କେ.ଏସ୍ ଅଜି ଫାଦରଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଦେଶର ସାମ୍ପ୍ରତିକ ପରିସ୍ଥିତି ଦେଖିବା ପରେ କେରଳର ଜଣେ ଫାଦର ବିଜେପିରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications