ଚିରଞ୍ଜୀବି-ବୈଜୟନ୍ତୀମାଳାଙ୍କୁ ପଦ୍ମବିଭୂଷଣ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସମାରୋହରେ ଅଭିନେତା କୋନିଡେଲା ଚିରଞ୍ଜିବୀ ଓ ଅଭିନେତ୍ରୀ ବୈଜୟନ୍ତୀ ମାଳାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । କଳା କ୍ଷେତ୍ରରେ ଏହି ଦୁଇ ଜଣଙ୍କୁ ବିଭୂଷଣରେ ସମ୍ମାନିତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ । ମିଡିଆ ଭେଟେରାନ୍ ହର୍ମୁସଜୀ ଏନ୍. କାମା ଏବଂ ମରଣୋତ୍ତର ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ପଦ୍ମ ଭୂଷଣ ପୁରସ୍କାର ।
ଏଥିସହ ଭାରତର ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବିବିଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ହୃଦରୋଗ ବିଶେଷଜ୍ଞ ଡକ୍ଟର ଅଶ୍ୱିନ ବାଲଚନ୍ଦ ମେହଟ୍ଟା ସେହିଭଳି ଆଣ୍ଡାମାନ ଓ ନିକୋବରର ଚାଷୀ କେ. ଚେଲାମଲ୍ଲ, କ୍ରୀଡାବିତ୍ ଜ୍ୟୋସ୍ନା ଚିନ୍ନପା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ସୋମଦତ୍ତ ବଟ୍ଟୁ, କୃଷି କ୍ଷେତ୍ରରେ ସତ୍ୟନାରାୟଣ ବେଲରି ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୋର୍ଡାନ ଲେପ୍ଚାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ।

ଗତ ଏପ୍ରିଲ ୨୨ରେ ରାଷ୍ଟ୍ରପତି ୩ ପଦ୍ମବିଭୂଷଣ, ୮ ପଦ୍ମଭୂଷଣ ଏବଂ ୫୫ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୧୦ ଜଣଙ୍କୁ ପଦ୍ମଶ୍ରୀ ଘୋଷଣା କରାଯାଇଥିଲା ।












Click it and Unblock the Notifications